ଓଡ଼ିଶାଲାଇଭ ବ୍ୟୁରୋ

ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ ରେକର୍ଡ କଲା ପରେ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି। ସେ ଏହି ସିରିଜରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୨ହଜାର ପୂରଣ କରିବାର ରେକର୍ଡ କରିବେ।

ଟେଷ୍ଟ ଭଳି ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି ବିରାଟ କୋହଲି। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୩୩ଟି ଇଂନିସରୁ ୧ହଜାର ୯୧୨ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି।

୨ହଜାର ରନ ପୂରଣ କରିବାକୁ କୋହଲିଙ୍କୁ ଆଉ ୮୮ ରନ ଆବଶ୍ୟକ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସରିଜରେ ୨ହଜାର ରନ ପୂରଣ କରିବାର ସୁଯୋଗ ତାଙ୍କ ପାଖରେ ରହିଛି। ସେ ପ୍ରଥମ ଭାରତୀୟ ଭାବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୨ହଜାର ରନ ପୂରଣ କରିବେ।

 

Comment