ଓଡ଼ିଶାଲାଇଭ ବ୍ୟୁରୋ

ଏକ ଲଜ୍ୟାଜନକ ଘଟଣା ସମ୍ନାକୁ ଆସିଛି। ଜଣେ ୭୬ ବର୍ଷିୟ ଶ୍ୱଶୂରଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି ବୋହୂ। ଏଭଳି ଏକ ଘଟଣା ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଘଟିଛି। ମହିଲା ଜଣକ ଶ୍ୱଶୂରଙ୍କ ନାଁରେ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ପ୍ରମାଣ ମାଧ୍ୟମରେ ସେ ଏକ ଭିଡିଓ ମଧ୍ୟ ପୋଲିସକୁ ଦେଇଛନ୍ତି

ପୀଡ଼ିତାଙ୍କ କହିବାନୁସାରେ ତାଙ୍କ ସ୍ଵାମୀ ଜଣେ ରେଲଓ୍ଵେ କର୍ମଚାରୀ। ସେ ରାଜ୍ୟ ବାହାରେ ରୁହନ୍ତି। ଘରେ କେହି ନଥିବା ସମୟର ସୁଯୋଗ ନେଇ ବହୁଥର ତାଙ୍କ ଶ୍ୱଶୂର ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛନ୍ତି। ଏହି ଘଟଣା ସେ ସ୍ଵାମୀ ଓ ଘର ଲୋକଙ୍କୁ କହିଥିଲେ ମଧ୍ୟ କେହି ଶୁଣି ନଥିଲେ। ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ଵାମୀ, ଶାଶୂ ଓ ଦିଅର ତାଙ୍କୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଛନ୍ତି।

ବୋହୂର ଅଭିଯୋଗ ପରେ ପୋଲିସ ଶ୍ୱଶୂରକୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ଏନେଇ ପିପିଲି ଥାନା ଆଇଆଇସି କହିଛନ୍ତି, “ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଯଥାଶୀଘ୍ର ଯାଞ୍ଚ ଶେଷ ହେବା ପରେ ଉଚିତ୍‌ ପଦକ୍ଷେପ ନିଆଯିବ।”

Comment