ଓଡ଼ିଶାଲାଇଭ୍‌ ବ୍ୟୁରୋ

monkey bite

ଅଧିକାଂଶ ମାଙ୍କଡ଼ କାମୁଡ଼ା ମନ୍ଦିରଉଦ୍ୟାନଦର୍ଶନୀୟ ସ୍ଥାନରେ ଘଟିଥାଏକେମିତି ସାବଧାନ ରହି ଏଥିରୁ ରକ୍ଷା ପାଇବେ ଜାଣନ୍ତୁ

ଭାରତରେ କୁକୁର କାମୁଡ଼ିବା ଆଘାତ ପରେ ଦ୍ୱିତୀୟ ପଶୁମାନଙ୍କ କାମୁଡ଼ିବାଜନିତ ଆଘାତର କାରଣ ହେଉଛି ମାଙ୍କଡ଼ କାମୁଡ଼ିବା। ଆଉ ସବୁଠାରୁ ଅଧିକ ମାଙ୍କଡ଼ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି ଯାତ୍ରୀ ବା  ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଥିବା ବ୍ୟକ୍ତିମାନେ। ତେଣୁ ଯେତେବେଳେ କୌଣସି ମନ୍ଦିର ବା ଏପରି ସ୍ଥାନକୁ ଯାଉଛନ୍ତି ଯେଉଁଠାରେ ଅଧିକ ସଂଖ୍ୟକ ମାଙ୍କଡ଼ ରହିଛନ୍ତି ସାବଧାନ ରହନ୍ତୁ:

  • ମାଙ୍କଡ଼ମାନଙ୍କଠାରୁ ଦୂରେଇ ରହନ୍ତୁ
  • ମାଙ୍କଡ଼ମାନଙ୍କୁ ଖାଇବା ଜିନିଷ ଦେବା, ପାଖକୁ ଡାକିବା, ସେମାନଙ୍କ ସହିତ ଖେଳିବାରୁ ନିବୃତ୍ତ ରହନ୍ତୁ
  • ଛୋଟ ପିଲାମାନଙ୍କୁ ମାଙ୍କଡ଼ମାନଙ୍କ ଆଗରେ ଖାଇବାକୁ ଦିଅନ୍ତୁ ନାହିଁ।
  • ପିଲାମାନଙ୍କୁ ମାଙ୍କଡ଼କୁ ଖାଇବାକୁ ଦେବା ପାଇଁ ଉତ୍ସାହିତ କରନ୍ତୁ ନାହିଁ
  • ଖାଇବା ଜିନିଷ ଫଳ, ବାଦାମ ଇତ୍ୟାଦି ଖୋଲାରେ ଧରନ୍ତୁ ନାହିଁ
  • ମାଙ୍କଡ଼ମାନେ ଘର ଆଖପାଖରେ ଦେଖିଲେ କବାଟ ଝରକା ବନ୍ଦ କରିଦିଅନ୍ତୁ ଓ ନିଜେ ଘର ଭିତରେ ରହନ୍ତୁ
  • ଖାଲି ହାତରେ ମାଙ୍କଡ଼ ଘଉଡ଼ାଇବାକୁ ଯାଆନ୍ତୁ ନାହିଁ ବା ମାଙ୍କଡ଼କୁ ଖେଙ୍କି ଖେଳନ୍ତୁ ନାହିଁ

ମାଙ୍କଡ଼ମାନେ ତାହା ଦେଖିବା ମାତ୍ରେ ଆପଣଙ୍କ ଉପରେ ଆକ୍ରମଣ କରିପାରନ୍ତି। ଆପଣଙ୍କର ଖେଳ ଆପଣଙ୍କ ପାଇଁ କାଳ ହୋଇପାରେ।

monkey bite

ମାଙ୍କଡ଼ କାମୁଡ଼ିବାର ପ୍ରଭାବ

ମାଙ୍କଡ଼ କାମୁଡ଼ିବା ଯୋଗୁଁ ରାବିଜ୍‌ ବା ଜଳାତଙ୍କ, ସଂକ୍ରମଣ, ରକ୍ତସ୍ରାବ ଘଟିପାରେ। ତେଣୁ କ୍ଷତର ଯଥାର୍ଥ ଉପଚାର କରାନ୍ତୁ ଓ ରାବିଜ୍ ପ୍ରତିଷେଧକ ନିଶ୍ଚୟ ନିଅନ୍ତୁ।

monkey bite

ଚିକିତ୍ସା

  • ମାଙ୍କଡ଼ କାମୁଡ଼ିଥିବା ସ୍ଥାନକୁ ପ୍ରଥମେ ଯଥେଷ୍ଟ ସାବୁନ୍ ଓ ପାଣିରେ ପରିଷ୍କାର କରିଦିଅନ୍ତୁ।
  • କ୍ଷତ ସ୍ଥାନରେ ଆଣ୍ଟିସେପ୍ଟିକ୍ ଲଗାନ୍ତୁ।
  • ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତିଷେଧକ ଆଣ୍ଟିବାୟୋଟିକ୍ ସେବନ କରି ସଂକ୍ରମଣ ଆଶଙ୍କା ହ୍ରାସ କରନ୍ତୁ।
  • ଟିଟାନସ୍ ଇଞ୍ଜେକ୍ସନ୍ ନିଅନ୍ତୁ।
  • ଏହା ସହିତ ରାବିଜ୍ ଟୀକା ନିଅନ୍ତୁ।

Comment