ଓଡ଼ିଶାଲାଇଭ ବ୍ୟୁରୋ

ସ୍ଵାଧୀନତା ଦିବସ ଅବସରରେ ପୋଲିସ ପଦକ ଘୋଷଣା କରାଯାଇଛି। ଓଡ଼ିଶାର ମୋଟ ୩୬ ଜଣ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ୨୩ଜଣଙ୍କୁ ପୋଲିସ ସାହସିକତା ପଦକ, ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ମେରିଟୋରିୟସ ସେବା ପଦକ ଦିଆଯିବ।

ଭିଜିଲାନ୍ସ ଏଏସଆଇ ଶିବ ନାରାୟଣ ରଥ ଓ ଡିଏସପି ପ୍ରମୋଦ ରଥଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଦିଆଯିବ। ଆଇପିଏସ ଶିବା ସୁବ୍ରମଣି, ଜଗମୋହନ ମିନା, ଇନ୍ସପେକ୍ଟର ପ୍ରକାଶ କର୍ଣ୍ଣ ଓ ଜ୍ୟୋତିରଂଜନ ପତିଙ୍କୁ ପୋଲିସ ପଦକ ଦିଆଯିବ ବୋଲି ଘୋଷଣା ହୋଇଛି।

ଏହାସହ ରାଜ୍ୟ ସରକାର ଗାର୍ଡ ଅଫ୍‌ ଅନର ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଫିସରଙ୍କୁ ଏହି ଅନର ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ ଓ ଉତ୍କଳ ଦିବସରେ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ।

ହେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟର ଜଜ୍ ମାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ। ଏହାସହ ସ୍ଵାଧିନତା ସଂଗ୍ରାମୀଙ୍କୁ ‘ମାନ୍ୟବର’ ସମ୍ଵୋଧନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comment