ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁହଁରେ ଚମକ ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି। ହେଲେ ଅନେକ କହୁଣୀ ଓ ଆଣ୍ଠୁର କଳାଦାଗକୁ ଅଣଦେଖା କରନ୍ତି।

ଏହି କଳାଦାଗ ପାଇଁ ଇଚ୍ଛାଥିଲେ ବି ସର୍ଟ ଡ୍ରେସ ପିନ୍ଧି ହୁଏନି। ଆପଣ ଯଦି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ କିଛି ଘରୋଇ ଟିପ୍ସ ଆପଣେଇ ପାରିବେ।

  • ଏହି କଳାଦାଗ ଦୂର କରିବା ପାଇଁ ଆପଣ ପ୍ରତିଦିନ ଆଣ୍ଠୁ ଓ କହୁଣୀରେ ଲେମ୍ବୁ ଓ କ୍ଷୀରର ମିଶ୍ରଣ ଲଗାଇ ପାରିବେ। ନିୟମିତ ଏହାର ବ୍ୟବହାର କଲେ ଫରକ ଆପେ ଜାଣି ପାରିବେ।
  • ସେହ ସ୍ଥାନରେ ଆପଣ ଆଲୋଭେରା ଜେଲ ମଧ୍ୟ ଲଗାଇ ପାରିବେ। ନିୟମିତ ଏହାକୁ ଲଗାଇବା ଦ୍ୱାରା ଆଣ୍ଠୁ ଓ କହୁଣୀରୁ ଦାଗ ଦୂର ହୋଇଥାଏ।
  • ଗାଧୋଇବା ସମୟରେ ପୂରା ଶରୀରରେ ଆପଣ ନଡ଼ିଆ ତେଲ ଲଗାଇ ପାରିବେ। ଏହା ତ୍ୱଚାକୁ କୋମଳ ରଖିବା ସହ କଳାଦାଗ ହଟାଇବାରେ ସାହାଯ୍ୟ କରିଥାଏ।
  • ଏହାବ୍ୟତୀତ ଆପଣ ହଳଦୀ, ଲେମ୍ବୁ, ମହୁର ଏକ ମିଶ୍ରଣ ଲଗାଇ ପାରିବେ।

Comment