ଓଡ଼ିଶାଲାଇଭ୍ ବ୍ୟୁରୋ

୭୩ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଉଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ମହାପୁରୁଷଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି।

‘‘ସ୍ୱାଧୀନତା ଦିବସ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଖୁସିର ଦିନ। ଭାରତର ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଭାରତର ବିକାଶ ପାଇଁ ସରକାର ଅନେକ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି। ଶ୍ରେଷ୍ଠ ଭାରତ ଗଠନ କରିବା ପାଇଁ ସମସ୍ତେ ଏକାଠି ହେବା ଦରକାର’’, କହିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ସମ୍ପର୍କରେ କହିଥିଲେ। ଧାରା ୩୭୦ ଉଛେଦ ହୋଇଥିବାରୁ ଜମ୍ମୁ କଶ୍ମୀରବାସୀ ମୌଳିକ ସୁବିଧା ପାଇପାରିବେ। ଶିକ୍ଷା, ନିଯୁକ୍ତି, ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ମିଳିପାରିବ ବୋଲି ରାଷ୍ଟ୍ରପତି କହିଥିଲେ।

Comment