ଓଡ଼ିଶାଲାଇଭ ବ୍ୟୁରୋ

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଚନ୍ଦ୍ରଶେଖରପୁର ଥାନା ଏସଆଇ ରାମଚନ୍ଦ୍ର ସେଠୀ। ୨୦୦୯ ମସିହାରେ ଚାର୍ଜସିଟିରୁ ନାମ ହଟାଇବା ମାମଲା ବିଚାର କରି ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍‌ ଅମ୍ଵୁଜ ମୋହନ ଦାସ୍‌ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜିତେନ୍ଦ୍ର ପାଢ଼ିଙ୍କ ଘରେ ପାଣ୍ଡବ ସ୍ଵାଇଁ ଭଡ଼ା ରହୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାରୁ ପାଣ୍ଡବଙ୍କୁ ଘର ଛାଡ଼ିବାକୁ ଜିତେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ଗଣ୍ଡଗୋଳ ହେବାରୁ ପାଣ୍ଡବ ଚନ୍ଦ୍ରଶେଖରପୁର ଥାନାରେ ଜିତେନ୍ଦ୍ରଙ୍କ ନାମରେ ଆକ୍ରମଣ ଅଭିଯୋଗ କରିଥିଲେ।

ତେବେ ଏହାପରେ ଘର ମାଲିକ ମଧ୍ୟ ପାଲଟା ଅଭିଯୋଗ କରିଥିଲେ। ଏହି ମାମଲାର ତଦନ୍ତ ଭାର ଚନ୍ଦ୍ରଶେଖରପୁର ଏସ୍‌ଆଇ ରାମଚନ୍ଦ୍ର ସେଠୀ ନେଇଥିଲେ। ପରେ ଦୁଇଜଣଙ୍କ ମଧ୍ୟରେ ସମସ୍ୟା ସମାଧାନ ହେବା ପରେ ପାଣ୍ଡବ ଘର ଛାଡ଼ି ଦେଇଥିଲେ।

ହେଲେ ଏହି ଅଭିଯୋଗକୁ ଭିତ୍ତି କରି ୨୦୧୯ ଡିସେମ୍ଵରରେ ଏସଆଇ ରାମଚନ୍ଦ୍ର ସ୍ଵାଇଁ ଜିତେନ୍ଦ୍ରଙ୍କ ବାପାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ତେବେ ଏହି ମାମଲାକୁ ଥାନାରୁ ସମାଧାନ କରିବାକୁ ରାମଚନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଜିତେନ୍ଦ୍ର ୪ହଜାର ଟଙ୍କା ଲାଞ୍ଚ ଦେଇଥିଲେ।

ଏହାପରେ ଜିତେନ୍ଦ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲାକୁ ଭିତ୍ତି କରି ଭିଜିଲାନ୍ସ ଏସଆଇ ରାମଚନ୍ଦ୍ର ସେଠୀଙ୍କୁ ଗିରଫ କରିଥିଲେ।

Comment