ଓଡ଼ିଶାଲାଇଭ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ଜୀବନ କାହାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସ୍ତୁତ ୱେବ୍ ସିରିଜ୍‌ -‘ଗାନ୍ଧୀ ମଣିଷ’।

ଗାନ୍ଧୀଙ୍କ ମତରେ ମଣିଷ ଜୀବନରେ ଆତ୍ମବିଶ୍ୱାସ ବଳରେ ହିଁ ସ୍ୱାଧୀନତା ପାଇପାରିବ। ଆତ୍ମବିଶ୍ୱାସକୁ ମଣିଷ ଜୀବନର ମହାନୁଭବ ରୂପେ ତୁଳନା କରିଥିଲେ ଗାନ୍ଧୀ। ଗାନ୍ଧୀଜୀ ଡରୁଆ ଭାରତୀୟଙ୍କୁ ଲଢିବା ଶିଖେଇଥିଲେ। ସେ ସଦାସର୍ବଦା ଅହିଂସା ବିୁରଦ୍ଧରେ ଲଢିବାକୁ କହୁଥିଲେ। ଏବଂ ସବୁ ସମୟରେ ସତ୍ୟକୁ ଆଧାର କରି ଲଢ଼ିବାକୁ ସେ କହୁଥିଲେ। ଗାନ୍ଧୀଜୀଙ୍କ ଜୀବନର ଏହି ଅସାଧାରଣ କଥାକୁ ‘ମଣିଷ ଗାନ୍ଧୀ’ ଓ୍ଵେବ୍ ସିରିଜ୍‌ରେ ଉପସ୍ଥାପନ କରିଛନ୍ତି ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଏବଂ ଲେଖକ ଦାଶ ବେନହୁର।

“ଗାନ୍ଧୀଜୀ ଭାରତୀୟମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢ଼ାଇବାକୁ ଚାହୁଁଥିଲେ। ସେ ଡରୁଆ ଭାରତୀୟଙ୍କୁ ଲଢ଼ିବା ସିଖାଇଥିଲେ” ମଣିଷ ଗାନ୍ଧୀ ଓ୍ୱେବ୍‌ସିରିଜି୍‌ରେ କହିଛନ୍ତି ଦାଶ ବେନହୁର।

ଆଇନ ଅମାନ୍ୟ ଆନ୍ଦୋଳନ ସମୟର କଥା। ସେ ସମୟରେ ଭାରତର ଭାଇସରାଏ ଥା’ନ୍ତି ଲର୍ଡ ଇରଉଇନ୍। ଇରଉଇନ୍ ଆଇନ ଅମାନ୍ୟ ଆନ୍ଦୋଳନ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ସହ ଆଲୋଚନା ପାଇଁ ଚାହିଁଥିଲେ। ଏକଥାକୁ ନେଇ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ଗାନ୍ଧୀଜୀଙ୍କୁ ନେଇ ଏକ କଟୁ ମନ୍ତବ୍ୟ ଦେଇଥିଲେ। ଜଣେ ଅର୍ଦ୍ଧନଗ୍ନ ଫକୀର ଇଂଲଣ୍ଡର ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ସେ କ’ଣ ତାଙ୍କ ସହ ସମକକ୍ଷ ବୋଲି କହିଥିଲେ।

ପରେ ଗୋଲଟେବୁଲ ବୈଠକରେ ଉପସ୍ଥିତ ରହିବାକୁ ଗାନ୍ଧୀଜୀଙ୍କୁ ଡକରା ଆସିଲା। ଗାନ୍ଧୀଜୀ ଓ କଂଗ୍ରେସର ଅନ୍ୟ ନେତାମାନେ ଗୋଲ ଟେବୁଲ ବୈଠକକୁ ଯାଇତିଲେ। ସେଠାରେ ତାଙ୍କୁ ସମ୍ରାଟ ପଞ୍ଚମ ଜର୍ଜଙ୍କୁ ସାକ୍ଷାତ କରିବା ପାଇଁ ନିମନ୍ତ୍ରଣ ଆସିଲା। ହେଲେ ସାକ୍ଷାତକାର ସମୟରେ ସର୍ତ୍ତ ଥିଲା ୟୁରୋପିୟ ପୋଷାକ ପରିଧାନ କରି ଯିବାକୁ। କିନ୍ତୁ ଏହି ନିୟମକୁ ସିଧାସିଧା ମନା କରି ଦେଇଥିଲେ ମହାତ୍ମା ଗାନ୍ଧୀଜୀ।

ଶେଷରେ ଗାନ୍ଧୀଜୀଙ୍କ କଥା ରହିଥିଲା। ହାଡ଼ ଭଙ୍ଗା ଶୀତରେ ସେ ଧୋତି ପିନ୍ଧି ସମ୍ରାଟଙ୍କୁ ଦେଖାକରିଥିଲେ। ଗାନ୍ଧିଙ୍କୁ ସମ୍ରାଟ କହିଥିଲେ ଯେ, ମୁଁ ତୁମକୁ ଦକ୍ଷିଣ ଆଫ୍ରିକାରେ ଦେଖିଥିଲି ବହୁତ ଭଲ ଥିଲ ହେଲେ ଏବେ ଭାରତରେ ତମେ ବହୁତ ଗୋଳମାଳ କରୁଛ। ଏହାପରେ ସେ ପ୍ରଶ୍ନକରିଥିଲେ କାହିଁକି ସେ ଯୁବରାଜଙ୍କୁ ଭାରତରେ ବିରୋଧ କରିଥିଲେ। ଗାନ୍ଧିଜୀ ତାଙ୍କର ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, “ଆମେ ପୁଅଙ୍କୁ କାହିଁକି ବିରୋଧ କରିବୁ ଆମେ ତ ବ୍ରିଟିଶ ପ୍ରତିନିଧିଙ୍କୁ ବିରୋଧ କରିଥିଲୁ।”

ଗାନ୍ଧିଙ୍କ ପୋଷାକକୁ ନେଇ କେହି ପ୍ରଶ୍ନ କରିବାରୁ ଗାନ୍ଧି କହିଥିଲେ ଯେ,ସମ୍ରାଟ ଆବଶ୍ୟକତା ଠାରୁ ବହୁତ ଅଧିକ ପୋଷାକ ପିନ୍ଧିଛନ୍ତି ତାହା ଆମ ଦୁଇଜଣଙ୍କ ପାଇଁ ଯଥେଷ୍ଟ। ଜଣେ ସମ୍ରାଟଙ୍କ ଆଗରେ ଗାନ୍ଧୀଜୀଙ୍କର ଏଭଳି କଥା ଚାରିଆଡ଼େ ବେଶ ଚର୍ଚ୍ଚା ହୋଇଥିଲା।

ଏହି କଥାରୁ ଗାନ୍ଧିଙ୍କ ଆତ୍ମବିଶ୍ୱାସ ସମ୍ବନ୍ଧରେ ବେଶ୍ ଜଣାପଡେ। ସାରାଜୀବନ ତାଙ୍କ ସଂଗ୍ରାମ  ଭିତରେ ତାଙ୍କ ଆତ୍ମବିଶ୍ୱାସ ପାଇଁ ହିଁ ସେ  ସମସ୍ତଙ୍କୁ ସାମନା କରିବାକୁ ସାହାସ କରିପାରୁଥିଲେ। ଗାନ୍ଧିଜୀଙ୍କ ମତରେ ସତ୍ୟ ଓ ଅହିଂସା ପାହାଡ ଓ ନଦୀଭଳି ପୁରୁଣା ଆମେ କେବଳ ତାକୁ କାର୍ଯ୍ୟରେ ପରିଣତ କରିବା ଦରକାର।

Comment