ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନର ଏମିତି କିଛି କଥା ଅଛି ଯାହା ମନେ ପକାଇଲେ ମଣିଷ ଅନେକ ପ୍ରେରଣା ପାଇଥାଏ। ସାଧାରଣ ଜୀବନ ଉପରେ ତାହା ଅଧିକ ପ୍ରଭାବ ପକାଇଥାଏ। ବିଶେଷ କରି ଓଡ଼ିଶାକୁ ନେଇ ତାଙ୍କ ଜୀବନରେ ଯାହା ଘଟିଥିଲା ତାହା ଅବର୍ଣ୍ଣନୀୟ। ସେହିପରି ଓଡ଼ିଶାରେ ଗାନ୍ଧୀଙ୍କ ସହିତ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଏବଂ ଲେଖକ ଦାଶ ବେନହୁର ମଣିଷ ଗାନ୍ଧୀ’ ଓ୍ଵେବ୍ ସିରିଜ୍‌ରେ ଉପସ୍ଥାପନ କରିଛନ୍ତି।

୧୯୩୪ ମସିହାର କଥା। ହରିଜନ ପଦଯାତ୍ରା କରିବା ପାଇଁ ଓଡ଼ିଶା ଆସିଥିଲେ ଗାନ୍ଧୀଜୀ। ଏହା ଏକ ଚମତ୍କାର ପଦଯାତ୍ରା ଥିଲା। ଭାରତ ବର୍ଷରେ ଏହାକୁ ଏକ ଐତିହାସିକ ପଦଯାତ୍ରା ଭାବେ ଗ୍ରହଣ କରାଯାଇଛି। ଗାନ୍ଧୀଜୀ ଏହି ପଦଯାତ୍ରା ମେ’ ମାସ ୯ ତାରିଖ ଦିନ ପୁରୀ ସିଂହଦ୍ୱାରରୁ ଆରମ୍ଭ କରିଥିଲେ। ସିଂହଦ୍ୱାରରୁ ପଦଯାତ୍ରା ଆରମ୍ଭ କରିବାର ଗାନ୍ଧିଜୀଙ୍କ ଉଦ୍ଦେଶ୍ୟ ଥିଲା ଭିନ୍ନ।

ମହାପ୍ରଭୂ ଜଗନ୍ନାଥ ଯେତେବେଳେ ରଥଯାତ୍ରାରେ ବାହାରନ୍ତି ସେତେବେଳେ ସେ ସବୁ ବର୍ଗର ଲୋକଙ୍କ ସହ ମିଶନ୍ତି। ସେଠାରେ କୌଣସି ଛୁଆଁଅଛୁଆଁ କଥା ନଥାଏ। ତେଣୁ ସେହିଠାରୁ ପଦଯାତ୍ରା ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା ଯେ ଯେଉଁ ସିଂହଦ୍ୱାରୁ ଠାକୁର ନିଜେ ବାଛ ବିଚାର ନକରି ସମସ୍ତଙ୍କ ସହ ମିଶିଯାଇ ପାରନ୍ତି ସେହି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା।

ଗାନ୍ଧୀ ପଦଯାତ୍ରାରେ ପୁରୀରୁ ଗୋପିନାଥପୁର ଏବଂ ତାପରେ ହରେକୃଷ୍ଣପୁର ଓ ପରେ ପରେ ସାକ୍ଷୀଗୋପାଳ ଦେଇ କାଦୁଆରେ ପହଞ୍ଚିଥିଲେ। ସେଠାରେ ଥାଏ ଗୋପବନ୍ଧୁ ସେବା ସଦନ ଓ ଦରିଦ୍ର ନାରାୟଣ ସେବା ସଂଘ। ସେଠି ଚରଖା ପ୍ରଚଳନ ସଂପର୍କରେ ଖଦି ଆନ୍ଦୋଳନ କାର୍ଯ୍ୟକ୍ରମ ଚାଲିଥାଏ। ଗାନ୍ଧୀଜୀ କାଦୁଆ ସ୍କୁଲରେ  ବିଶ୍ରାମ ନେଉଥାନ୍ତି ।

ସେତେବେଳେ ତାଙ୍କୁ ଦେଖା କରିବାକୁ ଆସିଥିଲେ ବନମାଳିପୁରର ଲୁଗା ବୁଣାଳୀମାନେ। କାରଣ ସେତେବେଳେ ଖଦି ଆନ୍ଦୋଳନ ଫଳରେ ବ୍ୟାପକ ପରିବର୍ତ୍ତନ ଆସିଥିଲା। ‘‘କୁଟି ଖାଇବା କାଟି ପିନ୍ଧିବା’’ ଗାନ୍ଧୀଙ୍କ ନାରା ଥିଲା। ସେହି ସମୟର ଘଟଣା। ଗାନ୍ଧୀଜୀ ଶୋଇଥାନ୍ତି। ସକାଳୁ ଉଠି ସେ ତାଙ୍କ ପାଖରେ ଏକ ନୂଆ ଜଗ୍ ଦେଖିବାକୁ ପାଇଲେ । ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇଥିଲେ। ଗାନ୍ଧୀଜୀ ଚିନ୍ତା କରୁଥାନ୍ତି ଯେ ତାଙ୍କ ପାଇଁ ଜଗ୍ଟି କିଣିବାକୁ ପଡିଲାନି ତ … ପରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଡକାଗଲା। ଗାନ୍ଧୀ ତାଙ୍କୁ ପ୍ରଶ୍ନ କଲେ ଏ ଜଗଟି କାହାର । ଜବାବରେ ପ୍ରଧାନ ଶିକ୍ଷକ ଜଣକ କହିଲେ ଯେ  ଆମ ବିଦ୍ୟାଳୟକୁ ଜଣେ ବ୍ୟକ୍ତି ଏହା ଦାନ କରିଛନ୍ତି।

ଏହା ଶୁଣି ଗାନ୍ଧୀଜୀ ଆଶ୍ଵସ୍ତ ହୋଇଥିଲେ। ଏବଂ ଗାନ୍ଧୀଜୀ କହିଥିଲେ,ଆମେ ଆମର ସ୍ଵାଧୀନତା ଆଣିବା ପାଇଁ ଆମେ ଆମ ନିଜ ଜିନିଷ ନିଜେ ବ୍ୟବହାର କରିବା ଉଚିତ୍। ଆବଶ୍ୟକତାକୁ ବଢ଼ାଇ ଦେଲେ ତାହା ବଦଖର୍ଚ୍ଚରେ ପରିଣତ ହେବ। ସେଥିପାଇଁ ବଦଖର୍ଚ୍ଚକୁ ରୋକିବା ପାଇଁ ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିବା

Comment