ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଆମ ଦେଶର ୭୩ତମ ସ୍ୱାଧୀନତା ଦିବସ। ଏନେଇ ସଜେଇ ହୋଇଛି ପୂରପଲ୍ଲୀ। ୧୯୪୭ ମସିହା ଆଜିର ଦିନରେ ଭାରତ ଇଂରେଜମାନଙ୍କ କବଳରୁ ସ୍ୱାଧୀନତା ପାଇଥିଲା। ତେଣୁ ପ୍ରତି ବର୍ଷ ଅଗଷ୍ଟ ୧୫ ଦିନଟିକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। ତେବେ ସ୍ୱାଧୀନତା ଦିବସର ସିଧାପ୍ରସାରଣ ଦେଖନ୍ତୁ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ (www.youtube.com/odishalive) ଏବଂ ଫେସ୍‌ବୁକ୍‌ (www.facebook.com/odishalive) ଚ୍ୟାନେଲ୍‌ରେ।

ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତେଳନ କରିଛନ୍ତି। ପତାକା ଉତ୍ତେଳନ ପରେ ଜାତୀୟ ସଙ୍ଗୀତ ଗାନ ହୋଇଥିଲା। ଏହା ପରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ୍‌ ବୀର ଯବାନଙ୍କୁ ୨୧ ତୋପ ସଲାମ ଦିଆଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ନିଜ ଅବିଭାଷଣ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବିଭାଷଣ ଉପରେ ସାରା ଦେଶବାସୀଙ୍କ ନଜର। ଏହା ହେଉଛି ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସ୍ୱାଧୀନତା ଦିବସ।

୭୩ତମ ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଦେଶ ତଥା ପଡ଼ୋଶୀ ପାକିସ୍ତାନରେ ପରିସ୍ଥିତି ଗରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ତଥା ଭାରତ-ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comment