ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ତଥା ପ୍ରସାରକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ଏଥିରେ ମୋହର ମାରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଅଗଷ୍ଟ ୧୫ରେ ଏକ ଗେଜଟ୍‌ ମଧ୍ୟ ପ୍ରକାଶ ପାଇଛି। ଏହି ନୟମ ଅନୁସାରେ ଏଣିକି ସରକାରୀ କାର୍ଯ୍ୟାରେ ଓଡ଼ିଆ ଭାଷା ବ୍ୟବହାର ନକଲେ ଦଣ୍ଡ ମିଳିବ।

ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା ନିୟମାବଳୀ ୨୦୧୬ର ସଂଶୋଧନ ପାଇଁ ନିୟମାବଳୀ ପ୍ରଣୟନ କରିଛନ୍ତି। ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ନିୟମାବଳୀ-୨୦୧୯ ଅନୁଯାୟୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗ ପୁରସ୍କୃତ ହେବେ।

ଏହାସହିତ ଏଥିରେ ବାରମ୍ବାର ଖିଲାପ କରୁଥିବା କର୍ମଚାରୀ ଓ ଅଧିକାରୀମାନେ ଦଣ୍ଡିତ ହେବେ। ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିୟମ ପ୍ରଣୟନ କରାଯାଇଛି।

Comment