ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୈନିକ ସ୍କୁଲରେ ଆଡ଼ମିଶନ୍ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଷଷ୍ଠ ଓ ନବମ ଶ୍ରେଣୀରେ ଆଡ଼ମିଶନ୍ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଷଷ୍ଠ ଶ୍ରେଣୀର ୧୦୦ଟି ଓ ନବମ ଶ୍ରେଣୀର ୧୨ଟି ସିଟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ।

ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଓଏମଆର୍ ସିଟରେ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ୨୦୨୦ ମସିହା ଜାନୁଆରୀ ୫ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ହେବ।

ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାପାଇଁ ପ୍ରଥମେ ୪୦୦ ଟଙ୍କାର ରେଜିଷ୍ଟ୍ରେସନ୍ ଫି ଦେବାକୁ ପଡିବ। ସେହିଭଳି ଏସ.ସି ଓ ଏସ୍.ଟି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଫି ୨୫୦ ଟଙ୍କା ରଖାଯାଇଛି। ଅନଲାଇନ୍ ରେଜିଷ୍ଟ୍ରେସନର ଶେଷ ସମୟ ସେପ୍ଟେମ୍ବର ୨୩ ତାରିଖ ରଖିଛି ।

ଷଷ୍ଠ ଶ୍ରେଣୀ ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ଜନ୍ମ ୧ ଏପ୍ରିଲ୍ ୨୦୦୮ ରୁ  ୩୧ ମାର୍ଚ୍ଚ ୨୦୧୦ ମଧ୍ୟରେ ହୋଇଥିବା ଦରକାର। ସେହିପରି ନବମ ଶ୍ରେଣୀପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ଜନ୍ମ ୧ ଏପ୍ରିଲ ୨୦୦୫ ରୁ ୩୧ ମାର୍ଚ୍ଚ୨୦୦୭ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆଶାୟୀ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ୍, ପୂର୍ବ ପ୍ରଶ୍ନପତ୍ର ଓ ଯେକୌଣସି ସୂଚନା ଜାଣିବା ପାଇଁ  sainikschooladmission.in ୱେବସାଇଟକୁ ଯାଇ ଦେଖିପାରିବେ।

Comment