ଓଡ଼ିଶାଲାଇଭ ବ୍ୟୁରୋ

  • ବିଦ୍ୟୁତ ଚୋରି ଉପରେ ନଜର ରଖିବ ସ୍ମାର୍ଟ ମିଟର
  • ପ୍ରଥମେ ରାଉରକେଲା ଓ ସମ୍ଵଲପୁରରେ ଲାଗିବ ସ୍ମାର୍ଟ ମିଟର
  • ଏଥିରେ ଭାଉଚରରେ ରିଚାର୍ଜ କରିବାର ସୁବିଧା ରହିଛି

ବିଦ୍ୟୁତ ଚୋରିକୁ ରୋକିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏହାକୁ ରୋକିବାକୁ ସରକାର ପ୍ରିପେଡ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରିଛନ୍ତି। ପ୍ରଥମେ ରାଉରକେଲା ଓ ସମ୍ଵଲପୁରରେ ଏହି ସ୍ମାର୍ଟ ମିଟର ଲଗାଯିବ।

ରାଜ୍ୟରେ ବିଦ୍ୟୁତ ଚୋରିକୁ ରୋକିବାକୁ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ଏହା ଲାଗୁ ହେବ। ରାଉରକେଲା ଓ ସମ୍ଵଲପୁରରେ ୪୫୦୦ ପ୍ରିପେଡ ମିଟର ଲଗାଯିବ। ସେହି ମିଟରରେ ଡିଜିଟାଲ କାର୍ଡ ଏବଂ ଉପଭୋକ୍ତା ରିଚାର୍ଜ କରିବାର ସୁବିଧା ରହିଛି। ଯାହାଫଳରେ ଆଗୁଆ ରିଚର୍ଜ କରି ବିଦ୍ୟୁତ ବ୍ୟବହାର କରିପାରିବେ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏହି ସ୍ମାର୍ଟ ମିଟରକୁ ସାରା ଦେଶରେ ଲଗାଇବାକୁ ଯୋଜନା କରିଥିଲେ। ଏହା ମାଧ୍ୟମରେ ୩୦ କୋଟି ପ୍ରିପେଡ ସ୍ମାର୍ଟ ମିଟର ଲଗାଇବାର ଯୋଜନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here