ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଗାନ୍ଧୀ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ହଷ୍ଟେଲ ଓ୍ୱାର୍ଡେନ ଗିରଫ ହୋଇଛନ୍ତି।  ଅଭିଯୁକ୍ତ ଓ୍ୱାର୍ଡେନ ବିଶ୍ୱରଞ୍ଜନ ରଣାଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି।

ସୋମବାର ଓ୍ୱାର୍ଡେନ ଜଣକ ୨ଛାତ୍ରଙ୍କୁ ନିର୍ଧୁମ ପିଟିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣାରେ କଲେଜର ଜଣେ ଅଧ୍ୟକ୍ଷ କହିଥିଲେ ଯେ ରେଜଲ୍ଟ ପାଇଁ ପିଲାଙ୍କୁ ମାଡ ହୋଇଥାଇ ପାରେ। ଏପରି ଘଟଣା ଆସିବା ପରେ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

Comment