ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ-ଭୂବନେଶ୍ୱର ନୂଆ ପୋଲିସ କମିଶନର ଭାବେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଆଜି ଦାୟିତ୍ୱ ନେଇଛନ୍ତି। ୧୯୯୦ ବ୍ୟାଚର ଆଇପିଏସ୍‌ ଅଧିକାରୀ ହେଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।  ସେ ଆଜି ସତ୍ୟଜିତ ମହାନ୍ତିଙ୍କଠାରୁ ବିଧିବଦ୍ଧ ଭାବେ କଟକ ଭୂବନେଶ୍ୱରର ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍‌ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଥିଲେ।

ନୂଆ ପୋଲିସ କମିଶନରଙ୍କ ପାଇଁ ଅନେକ ଚାଲେଂଜ୍‌ ମଧ୍ୟ ରହିଛି। ଗତ କିଛି ଦିନ ଟ୍ୱିନ ସିଟିରେ ବଢ଼ୁଥିବା ଡକାୟତି ଉପରେ ପୋଲିସ କିଛିଟା ନିୟନ୍ତ୍ରଣ ଆଣିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଡକାୟତି କମି ନାହିଁ। ଏହି ଡକାୟତି ରୋକିବା ଏବେ ନୂଆ କମିଶନରଙ୍କ ପାଇଁ ଚାଲେଞ୍ଜ ହେବ।

ପୂର୍ବରୁ ସତ୍ୟଜିତ ମହାନ୍ତି ପୋଲିସ କମିଶନର ଦାୟିତ୍ୱରେ ଥିଲେ। ତାଙ୍କୁ ଏବେ ଜେଲ ବିଭାଗ ଏଡିଜି ଦାୟିତ୍ୱ ମିଳିଛି।

Comment