ଓଡ଼ିଶାଲାଇଭ ବ୍ୟୁରୋ

ଖୁବଶୀଘ୍ର ଚିଲିକାରେ ଲାଗିଥିବା ମାଲେସିଆ ଜାହାଜକୁ ସ୍ଥାନାନ୍ତର କରାଯିବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ତେବେ ସ୍ଥାନାନ୍ତର ବେଳେ ଯେମିତି ଜହାଜରୁ ତେଲ ନିର୍ଗତ ନହୁଏ ସେନେଇ ସତର୍କତା ଅବଲମ୍ବନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଏହି ଜାହାଜ ଲାଗିବା ପରେ ଏହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏହାର ଯାନ୍ତ୍ରିକ ତ୍ରୁଟି ସଜାଡ଼ିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ହୋଇ ପାରିନଥିଲା। ଭୟ ଥିଲା ଯଦି ତେଲ ନିର୍ଗତ ହୋଇ ଚିଲିକାରେ ମିଶେ ତେବେ ସମୁଦ୍ର ଜଳ ବିଶାକ୍ତ ହେବା ସହ ଏହା ଜୈବ ବିବିଧତାକୁ ପ୍ରଭାବିତ କରିବ। ଯାହାଫଳରେ ଚିଲିକାର ଡଲଫିନ, ମାଛ ଓ ପକ୍ଷୀମାନଙ୍କ ମୃତ୍ୟୁ ହୋଇପାରେ। ତେବେ ଏହାକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରୀ ଏହାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଗଷ୍ଟ ୧୦ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଜାହାଜ ଭାଇଜାଗ ଯାଇ ନପାରି ଚିଲିକାରେ ଲାଗିଥିଲା। ଏଥିରେ୧୦ ଜଣ କର୍ମଚାରୀ ଥିବା ବେଳେ ସେଥିରୁ ଜଣେ ହେଉଛନ୍ତି ଭାରତୀୟ। ଅବଶିଷ୍ଟ ଲୋକମାନେ ମାଲେସିଆର। କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା ପାଖରେ ଜାହାଜଟି ଲାଗିଥିଲା।

Comment