ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍ ଆରମ୍ଭ ହୋଇଯାଇଛି। ତେବେ ପ୍ରଥମ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମଦିନ ଶେଷ ସୁଦ୍ଧା ୬ ଓ୍ଵିକେଟ ହରାଇ ୨୦୩ ରନ କରିଛି। ଦଳ ପକ୍ଷରୁ ପ୍ରଥମଦିନରେ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ଆଜ୍ୟିଙ୍କ ରାହାଣେ ୮୧ ରନ କରିଛନ୍ତି।

ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ମଧ୍ୟାହ୍ନ ସୁଦ୍ଧା ଭାରତ ୨୪ ଓଭରରେ ୩ ଓ୍ଵିକେଟ ହରାଇ ୬୮ ରନ କରିଥିଲା। ଓପନର ଲୋକେଶ ରାହୁଲ ୪୪ ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ୫, ଚେତେଶ୍ଵର ପୂଜାରା ୨ ଓ ବିରାଟ କୋହଲି ୯ ରନ କରି ବିଫଳ ହୋଇଥିଲେ। କେବଳ ଆଜ୍ୟିଙ୍କ ରାହାଣେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ସେହିପରି ରିଶବ ପନ୍ତ(୨୦) ଓ ରବିନ୍ଦ୍ର ଜାଡେଜା(୩) ରନ କରି ନଟ୍ଆଉଟ ରହିଛନ୍ତି। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କେମାର ରୋଚ ୩ ଓ୍ଵିକେଟ ନେଇ ଭାରତର ବ୍ୟାଟିଂ ଲାଇନକୁ ଭାଙ୍ଗିବାରେ ସଫଳ ହୋଇଥିଲେ।


















