ଓଡ଼ିଶାଲାଇଭ୍ ବ୍ୟୁରୋ

୩ ଦଶନ୍ଧିରୁ ଅଧିକ ସମୟ ହେବ ଭାରତୀୟ ଟେଷ୍ଟ ଦଳର ବ୍ୟାଟିଂ ଲାଇନ ଅପରେ ୪ ନମ୍ବର ସ୍ଥାନ ସୁରକ୍ଷିତ ହୋଇ ରହିଥିଲା। ହେଲେ ବିରାଟ କୋହଲିଙ୍କ ସନ୍ନ୍ୟାସ ପରେ ଏହି ସ୍ଥାନରେ କିଏ ଖେଳିବେ ସେନେଇ ବିତର୍କ ଆରମ୍ଭ ହୋଇଛି। ଶୁଭମନ ଗିଲ, କେ ଏଲ ରାହୁଲ, ଶ୍ରେୟସ ଆୟର ଓ ରିଷଭ ପନ୍ତ ଏହି ସ୍ଥାନରେ ଖେଳି ପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

୧୯୯୨ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସଚିନ ତେନ୍ଦୁଲକର ୪ ନମ୍ବର ସ୍ଥାନରେ ଖେଳି ଆସୁଥିଲେ। ତାଙ୍କ ପରେ କୋହଲି ଏହି ପୋଜିସନରେ ଖେଳୁଥିଲେ। ସଚିନ ଏହି ସ୍ଥାନରେ ୧୭୯ଟି ମ୍ୟାଚ୍ ଖେଳି ୧୩,୪୯୨ ରନ୍ କରିଥିବାବେଳେ କୋହଲି ୯୯ଟି ମ୍ୟାଚ୍ ଖେଳି ୭,୫୬୪ ରନ୍ କରିଛନ୍ତି।

ତେବେ କୋହଲିଙ୍କ ସ୍ଥାନରେ ଶୁଭମନ ଗିଲ କିମ୍ବା କେଏଲ ରାହୁଲଙ୍କ ଖେଳିବା ପାଇଁ ଫିଟ୍ ବୋଲି ଅନେକ ପୂର୍ବତନ କ୍ରିକେଟର ମତ ଦେଇଛନ୍ତି।

Tags: #ViratKohli #Retirement #TestCricket #India

Comment