ଓଡ଼ିଶାଲାଇଭ୍ ବ୍ୟୁରୋ

ରୋହିତ ଶର୍ମାଙ୍କ ପରେ ଏବେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ରନ ମାଷ୍ଟର ବିରାଟ କୋହଲି। ନିଜ ସୋସିଆଲ୍ ମିଡିଆରେ ଏକ ଭାବବିହ୍ଵଳ ପୋଷ୍ଟ ସେୟାର କରି ସେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। କୋହଲିଙ୍କ ଅବସର ସହିତ, ଏକ ଯୁଗର ଅନ୍ତ ଘଟିଛି।

୩୬ ବର୍ଷୀୟ ବିରାଟ କୋହଲି ୧୨୩ଟି ଟେଷ୍ଟ ମ୍ୟାଚରେ ୨୧୦ଟି ଇନିଂସ୍ ଖେଳି ୯,୨୩୦ ରନ କରିଛନ୍ତି। ତାଙ୍କ ଟେଷ୍ଟ କ୍ୟାରିୟରରେ ୩୦ଟି ଶତକ ଏବଂ ୩୧ ଅର୍ଦ୍ଧଶତକ ସାମିଲ ରହିଛି। ଏହାସହ ସେ ଟେଷ୍ଟରେ ୭ ଦ୍ଵିଶତକୀୟ ଇନିଂସ୍ ମଧ୍ୟ ଖେଳିଛନ୍ତି।

୨୦୧୧ ମସିହା ଜୁନ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ବିରାଟ। ୨୦୨୫ ଜାନୁଆରିରେ ଅଷ୍ଟ୍ରେଲିଆ ଟୁରରେ ସେ ନିଜ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ବିରାଟ କୋହଲି ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେଇଥିଲେ। ଟେଷ୍ଟରୁ ଅବସର ନେବାପରେ ଏବେ ତାଙ୍କୁ କେବଳ ୱାନଡେ ମ୍ୟାଚରେ ଦେଖିବାକୁ ମିଳିବ।

Tags: #ViratKohli #Retirement #TestCricket #India

Comment