ଓଡ଼ିଶାଲାଇଭ୍ ବ୍ୟୁରୋ

ହାତରେ ଭୋଗ, ଫୁଲମାଳ ଧରି ଅଣ୍ଟାଏ ପାଣିରେ ପଶି ଶ୍ରୀକୃଷ୍ଣଙ୍କୁ ପୂଜା କରିବାକୁ ଆସିଛନ୍ତି ଭକ୍ତ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ଵରସ୍ଥିତ ଇସ୍କନ୍‌ ସମ୍ନାରେ। ଇସ୍କନ୍‌ ମନ୍ଦିର ସମ୍ନାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ଯମୁନା ନଦୀର ଭ୍ରମ ସୃଷ୍ଟି କରିଛି।

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ସକାଳୁ ଇସ୍କନ୍‌ ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିଥିଲା। ଶ୍ରଦ୍ଧାଳୁମାନେ ରୋଡ୍‌ରୁ ଲାଇନ୍‌ ଲଗାଇ ଠିଆ ହୋଇଥିଲେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ କୃଷ୍ଣଙ୍କୁ ପୂଜା କରିବାକୁ ଆସିଥିବା ଭକ୍ତଙ୍କୁ ଅସରାଏ ବର୍ଷାରେ ନାକେଦମ୍‌ ହେବାକୁ ପଡ଼ିଛି। କାରଣ ଅସରାଏ ବର୍ଷାରେ ଇସ୍କନ୍‌ ସମ୍ନାରେ ଅଣ୍ଟାଏ ପାଣି ଜମି ରହିଛି। ଫଳରେ ପୂଜା କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ହଟହଟା ହେବାକୁ ପଡ଼ିଛି।

କିଛି ଭକ୍ତଙ୍କ ଚପଲ ବହି ଯାଇଥିବା ବେଳେ କିଛି ଭକ୍ତ ଅଣ୍ଟାଏ ପାଣିରେ ବୁଡ଼ି ଠିଆ ହୋଇଛନ୍ତି। ପାଣି ଜମି ରହିଥିବାରୁ ଭକ୍ତମାନେ ଇସ୍କନ୍‌ରୁ ଯାଇ ବି ପାରୁ ନାହାନ୍ତି।

ଅସରାଏ ବର୍ଷାରେ ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା ବଦଳି ଯାଇଛି।

Comment