ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅରୁଣ ଜେଟଲୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିରିଜ୍‌ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତ। ତାଙ୍କ ପରିବାରର ପ୍ରତି ସମବେଦନା ଜଣାଇଛନ୍ତି।

‘‘ବିଜେପି ସହ ଅରୁଣ ଜେଟଲୀଙ୍କ ଅତୁଟ ବନ୍ଧନ ଥିଲା। ପାର୍ଟିରେ ସେ ଜଣେ ଏମିତି ବ୍ୟକ୍ତି ଥିଲେ ଯାହାଙ୍କୁ ସମସ୍ତେ ପସନ୍ଦ କରୁଥିଲେ। ଛାତ୍ରନେତା ସମୟରୁ ହିଁ ସେ ଗଣତନ୍ତ୍ରର ରକ୍ଷା ପାଇଁ ସବୁଠୁ ଆଗରେ ଥିଲେ‘‘, ଜେଟଲୀଙ୍କ ବିୟୋଗରେ ଏମିତି ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କେବଳ ଏତିକି ନୁହେଁ ମୋଦୀ ସିରିଜ୍‌ ଟୁଇଟ କରି ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତ। ତାଙ୍କ ପରିବାରର ପ୍ରତି ସମବେଦନା ଜଣାଇଛନ୍ତି।

ଜେଟଲୀ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଜେଟଲୀ ଓ ତାଙ୍କର ବିଚାରଧାରା ପ୍ରାୟ ସମାନ ଥିଲା। ଜେଟଲୀଙ୍କ ବିୟୋଗରେ ଜଣେ ମୂଲ୍ୟବାନ ସାଙ୍ଗକୁ ହରେଇଲେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବେ ୟୁଏଇ ଗସ୍ତରେ ଅଛନ୍ତି। ୟୁଏଇରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ଦିଲ୍ଲୀସ୍ଥିତ ଏମ୍ସ ହସ୍ପଟାଲରେ ଜେଟଲୀଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here