ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗନ୍ନାଥଧାମ ପୁରୀରେ ବି ଖୁବ୍ ଧୁମଧାମରେ ପାଳନ କରାଯାଏ ଜନ୍ମାଷ୍ଟମୀ। କିନ୍ତୁ ଅନ୍ୟ ମନ୍ଦିରଗୁଡ଼ିକ ଅପେକ୍ଷା ଏଠାରେ କିଛି ଭିନ୍ନ ଶୈଳୀରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏକ ନାଟକୀୟ ଢ଼ଙ୍ଗରେ ପାଳନ କରନ୍ତି ଶ୍ରୀମନ୍ଦିରର ସେବକମାନେ।

ସେବକମାନେ ନନ୍ଦ, ଯଶୋଦା ଆଦି ମହାଭାରତର ବିଭିନ୍ନ ଚରିତ୍ର ବହନ କରି ନାଟକ କରନ୍ତି। କାରଣ ସ୍ୱୟଂ ଜଗନ୍ନାଥ ହିଁ ଶ୍ରୀକୃଷ୍ଣ।

ଶ୍ରୀକୃଷ୍ଣ ହେଲେ କିଶୋର ଚନ୍ଦ୍ର। ଶ୍ରୀ ଜଗନ୍ନାଥ ଦାସଙ୍କର ଶ୍ରୀମଦ୍ ଭାଗବତ ଗୀତାରେ କୃଷ୍ଣଙ୍କୁ ସ୍ୱୟଂ ଭଗବାନ ଭାବରେ ଗ୍ରହଣ କରାଯାଇଛି। ହିନ୍ଦୁ ଧର୍ମରେ କୃଷ୍ଣଙ୍କୁ ବିଷ୍ଣୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଇଛି।

କିନ୍ତୁ ଗୌଡୀୟ ବୈଷ୍ଣବ ଧର୍ମୀଙ୍କ ପାଇଁ କୃଷ୍ଣ ହେଲେ ଗୋପର ଶ୍ରୀକୃଷ୍ଣ ଯିଏ କି ଗୋପିମାନଙ୍କ ସହ ଲୀଳା କରିଥିଲେ ଏବଂ ଅଦ୍ଭୁତ, ଅଦ୍ୱିତୀୟ କିଶୋର ଥିଲେ। ଓଡିଶାରେ ଗୌଡୀୟ ଧର୍ମ, ବୈଷ୍ଣବ ଧର୍ମ ଦ୍ୱାରା ପ୍ରଭାବିତ ହୋଇଥିବା ଭକ୍ତ ବହୁଳ ପରିମାଣରେ ରହିଥିବା କହିଛନ୍ତି ସାହିତ୍ୟି ତଥା ଭାଷାବିଜ୍ଞାନୀ ପ୍ରଫେସର ରାଜ କିଶୋର ମିଶ୍ର।

Comment