ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଶାସକ ଦଳ। ସମନ୍ୱୟ ରକ୍ଷା କରିବା ପାଇଁ ବିଜେଡି ଏକ ୬ ଜଣିଆ କମିଟି ମଧ୍ୟ ଗଠନ କରିଛି।

ଏହି କମିଟିରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି।

ମୁଣ୍ଡ ଉପରେ ପୌର ନିର୍ବାଚନ ଥିବାରୁ ପ୍ରତ୍ୟକ ରାଜନୈତିକ ଦଳ ଦଳୀୟ  ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛନ୍ତି। ଆରମ୍ଭ କରି ଦେଇଛନ୍ତି ସମରସଜା। ନିକଟରେ ବିଜେପି ମଧ୍ୟ ତାର ସଭ୍ୟ ସଂଗ୍ରହ ଅଭିଯାନ ଶେଷ କରିଛି।

Comment