ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସଂଯୁକ୍ତ ଆରବ ଏମିରେଟ୍‍ସ(ୟୁଏଇ)ର ସର୍ବୋଚ୍ଚ ସମ୍ମାନ ‘ଅର୍ଡର-ଇ-ଯାଏଦ୍‌’। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଶନିବାର ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର-ଇ-ଯାଏଦ୍‌’ରେ ସମ୍ମାନିତ କରାଯାଇଛି।

ମୋଦିଙ୍କ ପୂର୍ବରୁ ୟୁଏଇର ଏହି ସର୍ବୋଚ୍ଚ ସମ୍ମାନ ରୁଷିଆ ପ୍ରେସିଡେଣ୍ଟ ଭ୍ଲାଦମିର ପୁତିନ୍‌, ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କୁ ମିଳିଥିଲା।

ମୋଦି ୟୁଏଇ ଯିବା ପୂର୍ବରୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇ କୁହାଯାଇଥିଲା, “ଏହି ପୁରସ୍କାରର ନାମକରଣ ଯୁଏଇର ସଂସ୍ଥାପକ ସେଖ୍‌ ଜାଏଦ ବିନ୍‌ ସୁଲତାନ ଅଲ ନହୟାନଙ୍କ ନାମରେ ନାମିତ କରାଯାଇଛି। ଶେଖ୍‌ ଜାଏଦଙ୍କ ୧୦୦ତମ ଜନ୍ମ ବାର୍ଷିକ ଅବସରରେ ଏହି ସମ୍ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଦିଆଯିବ।”

Comment