ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକ ପୁରାତନ ଚାଇନିଜ ବ୍ୟାୟାମ ହେଲା ତାଇ-ଚି। ଏହି ବ୍ୟାୟାମ କରିବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ମାନସିକ ଚିନ୍ତା ଓ ଅବସାଦକୁ ଦୂର କରିବା ପାଇଁ ତାଇ-ଚି ଖୁବ୍ ଲାଭପ୍ରଦ ବୋଲି ମଧ୍ୟ ଜଣାପଡ଼ିଛି। ଏହାସହିତ ତାଇ-ଚି ଦ୍ୱାରା ଧମନୀ ଓ ହୃତପିଣ୍ଡ ସଂଚାଳନ ଠିକ୍ ରହିଥାଏ।

କେବଳ ସେତିକି ନୁହେଁ ଏହି ବ୍ୟାୟାମ କଲେ ଶରୀରରେ ଠିକ୍ ଭାବେ ରକ୍ତ ସଂଚାଳନ ହୋଇଥାଏ। ମାଂସପେଶୀକୁ ଫ୍ଲେସ୍କିବଲ୍ କରିବା ସହ  ଲିଗାମେଣ୍ଟକୁ ଶକ୍ତ କରିଥାଏ।

ଅନ୍ୟ ବ୍ୟାୟାମ ଭଳି ତାଇ-ଚିରେ ଶରୀରର ମାଂସପେଶୀ ବା ଗଣ୍ଠି ଉପରେ ଅତ୍ୟଧିକ ଚାପ ଦେବାକୁ ପଡେ ନାହିଁ। ତେଣୁ ଏହି ବ୍ୟାୟାମ ସବୁ ବୟସ ବର୍ଗର ଲୋକ ସହଜରେ ଏହି କରିପାରିବେ।

ଗଭୀର ନିଶ୍ୱାସ ନେଇ ଧୀରେ ଧୀରେ କୋତୋଟି ଶାରିରୀକ ବ୍ୟାୟାମ ତାଇ-ଚିରେ କରାଯାଏ। ଏଥିରେ ଅଲଗା ଅଲଗା ବ୍ୟାୟାମ ପ୍ରକ୍ରିୟା ରହିଛି, ଯାହା ଶରୀରର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ କରାଯାଏ।

ତାଇ-ଚି ବ୍ୟାୟାମ ପାଇଁ କୌଣସି ଯନ୍ତ୍ରପାତି ବା ମେସିନ ଆବଶ୍ୟକତା ନାହିଁ। ଯେକୌଣସି ଖୋଲା ଜାଗାରେ ଏହାକୁ କରାଯାଇପାରିବ। ତାଇ-ଚି ବ୍ୟାୟାମଗୁଡିକୁ ଘରେ ଅନ୍ଲାଇନ୍ ଟ୍ୟୁଟୋରିଆଲରେ ବି ଶିଖି ଅଭ୍ୟାସ କରିପାରିବେ।

Comment