ଓଡ଼ିଶାଲାଇଭ୍ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଚାରିଆଡ଼ୁ ଝଟ୍‌କା ପାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ହଟହଟା ହେବା ପରେ ଆମେରିକାର ସହାୟତା ଲୋଡ଼ିଥିଲା। ଏଥିରେ ଟ୍ରମ୍ପ ରାଜି ହୋଇ ଭାରତ ସହ ଆଲୋଚନା କରିବାକୁ ଇମ୍ରାନଙ୍କୁ କହିଥିଲେ। ହେଲେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସବୁ ଗଣିତ ବଦଳି ଯାଇଥିଲା।

ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାମ୍ବାଦିକଙ୍କୁ କହିଥିଲେ ଯେ, ଭାରତ-ପାକ୍‌ ମଧ୍ୟରେ ଯାହା ବି ପ୍ରସଙ୍ଗ ଅଛି, ତାହା ଦ୍ଵିପାକ୍ଷିକ। ଏଥିରେ କୌଣସି ତୃତୀୟ ଦେଶକୁ ଭର୍ତ୍ତି କରି ଘାଣ୍ଟିବା ଠିକ୍‌ ନୁହେଁ।

ନିଜେ ଟ୍ରମ୍ପ୍‌ ବି କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଶ୍ମୀର ପ୍ରସଙ୍ଗରେ କଥା ହୋଇଛି। ଏବଂ ମୋଦି କହିଥିଲେ ଯେ, କଶ୍ମୀରର ସ୍ଥିତି ସବୁ ଠିକ୍‌ ଅଛି।

ଟ୍ରମ୍ପଙ୍କ ଏଭଳି ବିବୃତି ପରେ ଇମ୍ରାନଙ୍କୁ ଝଟକା ଲାଗିଛି। ଏବେ ଯାଏଁ ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବା ପାଇଁ କହୁଥିଲେ। କିନ୍ତୁ ପିଏମ୍‌ ମୋଦି ତାଙ୍କ ଆଗରେ କହିଦେଲେ, ‘‘ଆପଣ କଷ୍ଟ ନ କଲେ ହିଁ ଭଲ।’’

ଟ୍ରମ୍ପକୁ ମୋଦି ସାକ୍ଷାତ କରି କଶ୍ମୀର ପ୍ରସଙ୍ଗରେ ବୁଝାଇଥିଲେ। ଶେଷରେ ଟ୍ରମ୍ପ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଇମ୍ରାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଇମ୍ରାନ ଏବେ ଜାତିସଂଘ ସାଧାରଣ ପରିଷଦ ବୈଂକରେ କଶ୍ମୀର କଥା ଉଠାଇବାକୁ ସଜବାଜ ହେଉଛନ୍ତି। ଏହାପରେ ଅନ୍ତର୍ଜାତୀୟ କୋର୍ଟକୁ ଯିବେ ବୋଲି ପାକିସ୍ତାନ ମିଡିଆରେ ଆଲୋଚନା ହେଉଛି।

ଏବେ ପାକିସ୍ତାନ କ’ଣ କରିବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

LEAVE A REPLY

Please enter your comment!
Please enter your name here