ଓଡ଼ିଶାଲାଇଭ୍ ବ୍ୟୁରୋ
ଧାରା ୩୭୦ ହଟିବା ପରେ ଏବେ ଜମ୍ମୁ କଶ୍ମୀର ପାଇଁ ବଡ଼ ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ବୁଧବାର ଅପରାହ୍ଣ ୪ଟାରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଜମ୍ମୁ କଶ୍ମୀର ପାଇଁ ଏହି ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରୀ ମିଳିପାରେ।
ଉପତ୍ୟକାର ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ନିବେଶ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ବସିବାକୁ ଯାଉଥିବା ଏହି ବୈଠକରେ ଆର୍ଥିକ ସଂସ୍କାର ଉପରେ ଆଲୋଚନା ହେବ।
ଦେଶରେ ପୁଞ୍ଜି ନିବେଶ ବଢ଼ାଇବା, ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନିଆଯାଇପାରେ। ଏଥିସହିତ କେନ୍ଦ୍ର ସରକାର କିଛି କ୍ଷେତ୍ରରେ ବିଦେଶୀ ପୁଞ୍ଜିକୁ ମଞ୍ଜୁରୀ ଦେଇପାରନ୍ତି। ବିମାନ ଚଳାଚଳ, ବୀମା, ମିଡିଆ ଭଳି କ୍ଷେତ୍ର ଲାଗି ଅଧିକ ପୁଞ୍ଜି ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକରେ ସୁରକ୍ଷା ସଂପର୍କିତ ଆଲୋଚନା ମଧ୍ୟ ହୋଇପାରେ।












