ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରକୁ ଏତିହ୍ୟସ୍ଥଳୀ କରିବା ପାଇଁ ଚାରିପଟୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମାର ମଠ ଭାଙ୍ଗିବା ପାଇଁ ମଙ୍ଗଳବାରଠୁ ବିଧିବଦ୍ଧ ଭାବେ ନୋଟିସ୍‌ ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ଏହି ନୋଟିସ୍‌କୁ ଗ୍ରହଣ କରି ନଥିଲେ ମଠ ମହନ୍ତ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ବାହାରକୁ ବାହାରି ପାରିବେ ନାହିଁ ବୋଲି କହି ନୋଟିସ୍‌ ଗ୍ରହଣ କରି ନଥିଲେ। ଏଥିପାଇଁ ପ୍ରଶାସନ ବୁଧବାର ଦିନ ମଠ ସମ୍ନାରେ ଲଟକା ଲଗାଇଥିଲେ।

ହେଲେ ଆଜି ଏମାର ମଠ ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏମାର ମଠ ଛାଡ଼ିବାକୁ ରାଜି ହୋଇ ନାହାନ୍ତି ମଠ ମହନ୍ତ। ସେ ମଠ ଭିତରେ ଥିବା ତାଙ୍କ ଗୃହରେ ମୌନବ୍ରତରେ ବସିଛନ୍ତି ସେ।

ଏମାର ମଠକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିଲେ। କିନ୍ତୁ ମଠ ପରିସରରେ ଥିବା ମନ୍ଦିର ଓ ପୂଜା ପାଉଥିବା ଠାକୁରଙ୍କୁ ପୂର୍ବଭଳି ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି।

ରାମାନୁଜ ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ସେ ଏହି ମଠ ପ୍ରତିଷ୍ଠା କରିଥିଲେ। ଏହି ମଠର ପ୍ରଥମ ମହନ୍ତ ହେଉଛନ୍ତି ଗୋବିନ୍ଦାଚାର୍ଯ୍ୟ। ପ୍ରଥମେ ଏହି ମଠର ନାଁ ଥିଲା ‘ଏମ୍ପରମାନାରା’। ତାମିଲରେ ଏହାର ଅର୍ଥ ହେଉଛି ‘ମାଇ ଲର୍ଡ’। ପରେ ରାମାନୁଜ ଏହି ମଠର ନାଁ ବଦଳାଇଥିଲେ। ମଠର ନାଁ ରହିଥିଲା ‘ଏମ୍ବାର’। ଲୋକେ ଏହାକୁ ଏମାର ମଠ ନାଁରେ ସମ୍ବୋଧନ କଲେ।

Comment