ଓଡ଼ିଶାଲାଇଭ୍‌ ବ୍ୟୁରୋ 

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଆବେହେଳାରୁ ୫ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ। ସାପ କାମୁଡ଼ାରେ ମରିଯାଇଥିବା ପୁଅକୁ ଗୁଣିଆକୁ ଦେଖାଇ ବଞ୍ଚେଇବା ପାଇଁ ପୋଲିସଠାରୁ ଛଡେଇ ନେଲା ବାପା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ।

ଗୁରୁବାର ଅପରାହ୍‌ଣରେ ପିତାମହଲ ଗ୍ରାମର ଜଗନ ଲିମାଙ୍କ ୫ବର୍ଷର ପୁଅକୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ପରିବାର ଲୋକେ ପୁଅକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ପରିବାର ଲୋକେ ପାଟିତୁଣ୍ଡ କରିବାରୁ ଡାକ୍ତରଖାନାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ଘଟଣାସ୍ତଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲା।

ତେବେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପରେ ମୃତ ଶିଶୁଟିକୁ ଘରକୁ ନେଇଯିବା ପାଇଁ ଜିଦ ଧରିଥିଲେ। ଗୁଣିଆ ପାଖରେ ଝଡ଼ା ଫୁଙ୍କା କଲେ ଶିଶୁଟି ବଞ୍ଚିଯିବ ଏହି ବିଶ୍ୱାସରେ ଜବରଦସ୍ତି ମୃତ ଶିଶୁଟିକୁ ନେଇ ହସ୍ପିଟାଲରୁ ଚାଲି ଯାଇଥିଲେ।

ପୋଲିସ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ବର୍ଗ କିଛି ନଶୁଣି ଶିଶୁଟିକୁ ଏକ ଅଟୋ ଯୋଗେ ନିଜ ଗାଁକୁ ନେଇ ଚାଲି ଯାଇଥିଲେ।

LEAVE A REPLY

Please enter your comment!
Please enter your name here