ଓଡ଼ିଶାଲାଇଭ ବ୍ୟୁରୋ

ବାଟବଣା ହୋଇ ଚିଲିକା ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ମାଲିକଙ୍କୁ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଦୁଇ ଦିନ ମଧ୍ୟରେ ଜାହାଜରୁ ତେଲ କାଢ଼ିବା ଓ ୭ଦିନ ମଧ୍ୟରେ ସମୁଦ୍ରକୂଳରୁ ଜାହାଜକୁ ସ୍ଥାନାନ୍ତର କରିବାକୁ ଜାହାଜ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମାଲେସିଆ ଜାହାଜ ଜିନ୍‌ ହ୍ଵା ଇର୍ଡ ବ୍ଲୁ ଟେକ୍‌ ପ୍ରାଇଭେଟ ଲିମିଟେଡର ମାଲିକ ହେଉଛନ୍ତି କୋଲକତାର ଅମିତ ଶାହା। ଶୁକ୍ରବାରଠାରୁ ଜାହାଜରୁ ତେଲ କାଢ଼ିବା କାର୍ଯ୍ୟ ଆରମ୍ଭ ହେବ। ଜାହାଜରେ ପ୍ରାୟ ୩୦ ହଜାର ଲିଟର ତେଲ ରହିଛି। ଜାହାଜର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଥିରୁ ତେଲ ବାହାର କରାଯାଇ ପାରିନଥିଲା। ତେଣୁ ଦୁଇ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରି ୭ ଦିନ ମଧ୍ୟରୁ ଏହାକୁ ସ୍ଥାନାନ୍ତର କରିବାକୁ ଜାହାଜ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମାଲେସିଆ ଜାହାଜଟି ବାଂଲାଦେଶରୁ ବିଶାଖାପାଟଣା ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏହାକୁ ସଜାଡ଼ିବା ବେଳେ ଘୁର୍ଣ୍ଣିଝଡ଼ ଯୋଗୁଁ ଜାହାଜଟି ଚିଲିକାର ରାଜହଂସଠାରେ ଲାଗିଥିଲା। ପରେ ଜାହାଜର ମରାମତି ନହୋଇ ପାରିବାରୁ ଏବେ ଯାଏ ଜାହାଜଟି ପଡ଼ି ରହିଛି।

Comment