ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ବିଭାଗ ମଧ୍ୟରେ ତାଳମେଳ ରଖିବା ପାଇଁ  ଓ ଫାଇଲ କାମକୁ ରକେଟ୍ ବେଗରେ କରିବା ପାଇଁ ଶୁକ୍ରବାର ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ଦାୟିତ୍ୱକୁ ବାଣ୍ଟି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ୧୫ଟି ବିଭାଗର ଦାୟିତ୍ୱ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦେଇଛନ୍ତି।

କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ୪ଟି ବିଭାଗର ଦାୟିତ୍ୱ ଦେଇଛନ୍ତି ମୁଖ୍ୟ ସଚିବ। ଏଥିସହ ନିଜ ପାଖରେ ୨୦ଟି ବିଭାଗର ଦାୟିତ୍ୱ ରଖିଛନ୍ତି।

ପୂର୍ବଭଳି ସମସ୍ତ ବିଭାଗର ଫାଇଲ୍ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଯାଇ ତା’ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମଧ୍ୟ ଫାଇଲଗୁଡିକ ମୁଖ୍ୟ ସଚିବଙ୍କ ବାଟଦେଇ ଫେରିବ।

ଜାଣନ୍ତୁ କିଏ ପାଇଲେ କେଉଁ ବିଭାଗର ଦାୟିତ୍ୱ ? 

ଅସିତ କୁମାର ତ୍ରିପାଠୀ , ମୁଖ୍ୟ ଶାସନ ସଚିବ

ଶକ୍ତି ବିଭାଗ, ଅର୍ଥ ବିଭାଗ. ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ଶିଳ୍ପ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ, ଆଇନ ବିଭାଗ, ଅଣୁ ବିଭାଗ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସଂସଦୀୟ ବ୍ୟାପାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ଜଳ ସମ୍ପଦ ଏବଂ ପୂର୍ତ୍ତ ବିଭାଗ।

ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଅବକାରୀ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଶ୍ରମ ଓ ଇଏସଆଇ ବିଭାଗ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଭାଗ, ବିଜ୍ଞାନ ଓ କାରିଗରୀ ବିଦ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ହସ୍ତତନ୍ତ୍ର ବିଭାଗ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି, ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିକାଶ ବିଭାଗ।

ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଉତ୍ପାଦନ କମିଶନର

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ପରିବହନ ଓ ବାଣିଜ୍ୟ ବିଭାଗ ରହିଛି।

LEAVE A REPLY

Please enter your comment!
Please enter your name here