ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨ ସିଭିଲ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଚଳିତବର୍ଷ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଦିଲ୍ଲୀର ଈଶିତା କିଶୋର ୧ ନମ୍ବର ରାଙ୍କରେ ରହି ଟପ୍ପର ହୋଇଛନ୍ତି। ସେହିଭଳି ଗାରିମା ଲୋହିଆ ଓ ଉମା ହାରଥି ଏନ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

୨୦୨୨ ୟୁପିଏସସି ପରୀକ୍ଷାରେ ଚଳିତବର୍ଷ ପ୍ରଥମ ଚାରି ଜଣଙ୍କ ମଧ୍ୟରେ ଝିଅମାନେ ରହିଛନ୍ତି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୯୩୩ ଜଣକ ମଧ୍ୟରେ ୬୧୩ ପୁରଷ ଓ ୩୨୦ ମହିଳା ପରୀକ୍ଷାର୍ଥୀ ରହିଛନ୍ତି।

କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୪୫ ଜଣ ସାଧାରଣ ବର୍ଗର ରହିଛନ୍ତି। ସେହିପରି ୯୯ ଜଣ ଇଡବ୍ଲ୍ୟୁଏସ, ୨୬୩ ଜଣ ଓବିସି, ୧୫୪ ଜଣ ଅନୁସୂଚିତ ଜାତି  ଏବଂ ୭୨ ଜଣ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀ ରହିଛନ୍ତି।

ଏହି ପରୀକ୍ଷାରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାଇଁ ୧୮୦ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସେହିଭଳି ଆଇଏଫଏସ ପାଇଁ ୩୮ ଜଣ ଏବଂ ଆପିଏସ ପାଇଁ ୨୦୦ ଜଣ ପ୍ରାର୍ଥୀ ରହିଛନ୍ତି।

ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ ୟୁପିଏସସିର ୱେବସାଇଟ www.upsc.gov.inରେ ଦେଖିପାରିବେ।

୨୦୨୨ ମସିହା ଜୁନ ମାସରେ ୟୁପିଏସସି ସିଭିଲ ସର୍ଭିସ ପାଇଁ ପ୍ରିଲିମିନାରି ପରୀକ୍ଷା ହୋଇଥିଲା। ୫ ଲକ୍ଷ ୭୫ ହଜାର ୭୭୫ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଏଥିରୁ ୧୩ ହଜାର ୯୦ ଜଣ ପରୀକ୍ଷାର୍ଥୀ ମେନ ପରୀକ୍ଷା ପାଇଁ ଚୟନ ହୋଇଥିଲେ।

ଏହାପରେ ସେପ୍ଟେମ୍ବର ମାସରେ ହୋଇଥିବା ମେନ ପରୀକ୍ଷାରୁ ୨ ହଜାର ୫୨୯ ଜଣ ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଇଣ୍ଟରଭ୍ୟୁ ପାଇଁ ଚୟନ କରଯାଇଥିଲା।

ଏହି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଥରୁଣ ପଟ୍ଟନାୟକ ମାଦଳା ୩୩ ତମ ସ୍ଥାନରେ ରହିଛନ୍ତି। ସେହିଭଳି ରାଜ୍ୟରୁ ଅନ୍ୟମାନଙ୍କ ମଧ୍ୟରେ ୩୮ତମ ସ୍ଥାନରେ ଓଡ଼ିଶାର ଅନୁପ ଦାସ, ୪୨ତମ ସ୍ଥାନରେ ପ୍ରଣିତା ଦାଶ, ୬୬ ତମ ସ୍ଥାନରେ କ୍ରିତିକା ମିଶ୍ର, ୬୭ ତମ ସ୍ଥାନରେ କସ୍ତୁରୀ ପଣ୍ଡା, ୭୩ ତମ ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ ତମ ସ୍ଥାନରେ ପ୍ରଶାନ୍ତ ରାଜ ରହିଛନ୍ତି।

ସେହିପରି ୧୦୬ ତମ ସ୍ଥାନରେ ସିଦ୍ଧାର୍ଥ ମିଶ୍ର, ୧୩୬ ତମ ସ୍ଥାନରେ ସୌମ୍ୟରଂଜନ ଦାସ, ୧୪୦ ତମ ସ୍ଥାନରେ ସୋନାଲି ମିଶ୍ର, ୧୬୨ ତମ ସ୍ଥାନରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୪୮ ତମ ସ୍ଥାନରେ ଶୁଭାଙ୍ଗୀ ଖୁଣ୍ଟିଆ, ୨୬୧ ତମ ସ୍ଥାନରେ ସତ୍ୟ ପ୍ରକାଶ ମିଶ୍ର ୩୩୪ ତମ ସ୍ଥାନରେ ଆୟୁଷୀ ପ୍ରଧାନ, ୩୬୩ ତମ ସ୍ଥାନରେ ଦିବ୍ୟା ଜୈନ୍‌, ୫୧୬ ତମ ତେଜସ୍ଵିନୀ ବେହେରା ରହିଛନ୍ତି।

Tags: #UPSC #CivilservicesExam2022 #IAS #IPS #IFS #Exam

Comment