ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ଆକ୍ରମଣ ହେଲେ କିଭଳି ମୁକାବିଲା କରିବେ ସୁରକ୍ଷାକର୍ମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଏକ ସପିଂ ମଲ୍‌ରେ ମକ୍‌ଡ୍ରିଲ କରାଯାଇଛି। ବମ୍‌ ନିଷ୍କ୍ରିୟକାରୀ ଟିମ୍‌, ଆଣ୍ଟି ଟେରୋରିଷ୍ଟ ସ୍ୱାଡ , ଏନଡିଆରଏଫ୍‌ ଟିମ୍‌, ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ।

ଶୁକ୍ରବାର ସକାଳେ ରସୁଲଗଡ଼ସ୍ଥିତ ଏକ ସପିଂ ମଲ୍‌ରେ ହୋଇଥିଲା ଏହି ଅଭ୍ୟାସ।  ଆତଙ୍କବାଦୀ ଆକ୍ରମଣ ସମୟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ମଧ୍ୟ ଅଗ୍ନିଶମ ବିଭାଗ ତରଫରୁ ମକ୍‌ଡ୍ରିଲ୍ କରାଯାଇଥିଲା।  ଏହାସହ ଡ୍ରୋନ୍ ସାହାଯ୍ୟରେ ପୁରା ଏରିଆକୁ ଛାନ୍‌ଭିନ୍ କରାଯାଇଥିଲା।

ସାଧାରଣତଃ ଆତଙ୍କବାଦୀ ମଲ୍‌ଗୁଡିକୁ ଅଧିକ ଟାର୍ଗେଟ କରିଥାନ୍ତି। ସେହି ଦୃଷ୍ଟିରୁ ଏଭଳି ଅଭ୍ୟାସ କରାଯାଇଥିବା ଏନ୍‌ଡିଆର୍‌ଏଫ୍‌ ଓ ଫାୟର ଅଫିସର କହିଛନ୍ତି।

Comment