ଓଡ଼ିଶାଲାଇଭ୍ ବ୍ୟୁରୋ

କବାଟ କିଳିକି ବସିଛନ୍ତି ଏମାର ମଠ ମହନ୍ତ। ଚିନ୍ତାରେ ପ୍ରଶାସନ।

ପୁରୀର ପୁରାତନ ତଥା ସବୁଠୁ ଧନୀ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରାଚୀନ, ଜରାଜୀର୍ଣ୍ଣ ଏବଂ ବିପଦଜନକ ଦେଖାଇ ପ୍ରଶାସନ ଏମାର ମଠ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ଚିଠି ଯାଇ ପହଞ୍ଚିଥିଲା ମହନ୍ତଙ୍କ ପାଖରେ। ଏବଂ ପୂର୍ବରୁ ମଠ ଖାଲି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା| କିନ୍ତୁ ମହନ୍ତ ଅସୁସ୍ଥ ଥିବା କହିବାରୁ ପ୍ରଶାସନ ମହନ୍ତଙ୍କ ପାଖରେ ପହଞ୍ଚି ପାରି ନଥିଲା। ତେଣୁ ପ୍ରଶାସନ ଲଟକା ଲଗାଇଥିଲେ। ମହନ୍ତ ମଠ ଭିତରେ ଥାଇ ବି ଲଟକା ଝୁଲାଇବାକୁ ପଡ଼ିଥିଲା ପ୍ରଶାସନକୁ।

ମିଳିଲା ଗୁପ୍ତ କୋଠରୀ

ଶୁକ୍ରବାର ଏମାର ମଠର ଅମାର କୋଠୀ ପାଚେରୀ ଆଦି ଭଙ୍ଗା ହେବା ଆରମ୍ଭ ହୋଇଥିଲା। ଏହି ଭଙ୍ଗା ସମୟରେ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀ ଅଧିକାରୀମାନେ ବି ମଠ ଭିତରକୁ ପ୍ରବେଶ କରିଥିଲେ। ଏବଂ ଭୂତଳ ଅତଳ ଘରକୁ ଠାବ କରିଥିଲେ ପ୍ରଶାସନ। ମଠ ମଧ୍ୟରେ ଏଭଳି ଗୁପ୍ତ କୋଠରୀ ବାହାରିବା ପରେ ଏହାକୁ ନେଇ ସମସ୍ତଙ୍କ ମନରେ ନାନାଦି ପ୍ରଶ୍ନ ଉଙ୍କି ମାରୁଥିଲା। ତେବେ ଏହା ୩୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି। ତେବେ ପୂର୍ବରୁ ଏହି ଭୂତଳ ଗୃହରେ ଖାଦ୍ୟଶସ୍ୟ ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖାଯାଉଥିବା ଖବର ଶୁଣିବାକୁ ମଧ୍ୟ ମିଳୁଥିଲା।

ଏହି କୋଠରୀରେ ସାପ ଥିବା ଭୟ କରି ସ୍ନେକ୍‌ ହେଲ୍ପଲାଇନ୍ ବି ସର୍ଚ୍ଚ କରିଥିଲେ।

ଗାଦି ଛାଡ଼ିବାକୁ ନାରାଜ 

ଅନ୍ୟପଟେ ଏମାର ମଠ ମହନ୍ତ ଗତକାଲି ମୌନବ୍ରତରେ ବସିଥିଲେ। ଫଳରେ ପ୍ରଶାସନ ଗତକାଲି ମଧ୍ୟ ମହନ୍ତଙ୍କୁ ସେଠାରୁ ବାହାର କରିପାରିଲା ନାହିଁ। ପୁଣି ଆଜି ତୃତୀୟ ଦିନରେ ମଧ୍ୟ ଅଡ଼ୁଆରେ ପଡ଼ିଛି ପ୍ରଶାସନ। ସକାଳୁ ସକାଳୁ ପ୍ରଶାସନ ସଜବାଜ ହୋଇ ବୁଲଡୋଜର, ଜେସିବି ଧରି ମଠ ଆଗରେ ପହଞ୍ଚିଲା ବେଳକୁ ମଠ ମହନ୍ତ କବାଟ କିଳିକି ଭିତରେ ବସିଛନ୍ତି। ମହନ୍ତ ନିଜ ଗାଦିରୁ ହଲିବାର ନା ଧରୁ ନାହାନ୍ତି। ତେଣୁ ପ୍ରଶାସନ ବର୍ତ୍ତମାନ କବାଟ କିଳା ଆଲୋଚନା ଚଳାଇଛନ୍ତି ଯେ, କେମିତି ମହନ୍ତଙ୍କୁ ସେଠୁ ହଟାଯିବ।

ରବିବାର ବିଳମ୍ବିତ ରାତିରେ ମହନ୍ତଙ୍କୁ ମଠରୁ ଗାଦିଚ୍ୟୁତ କରିବା ପାଇଁ ପ୍ରଶାସନ ପକ୍ଷରୁ ମୋଟାମୋଟି ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରଶାସନ ବିଫଳ ହୋଇଛି। ରାତି ଅଧିଆ ପ୍ରଶାସନ ଏମାର ମଠର ମହନ୍ତଙ୍କୁ ଗାଦିଚ୍ୟୁତ କରିବା ପାଇଁ ମଧ୍ୟ ଶୁଣାଯାଉଥିଲା। କିନ୍ତୁ ମହନ୍ତ ଗାଦି ମାରିକି ବସିଛନ୍ତି।

ଛୁଇଁପାରୁ ନାହାନ୍ତି ମଠର ମୂଳ ଆସ୍ଥାନକୁ

ମହନ୍ତ କବାଟ କିଳିକି ବସିଥିବାରୁ ପ୍ରଶାସନ ମୂଳ ଅସ୍ଥାନକୁ ଛୁଇଁପାରୁ ନାହାନ୍ତି। ମହନ୍ତଙ୍କୁ କେମିତି ଗାଦିରୁ ଉଠାଯିବ, ଯଦି ବି ଗାଦିରୁ ଉଠାଇଲେ, କେଉଁଠି ନେଇ ବସେଇବେ। ତାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି।

ତେବେ କେମିତି ବର୍ତ୍ତମାନ ମହନ୍ତଙ୍କୁ ମନାଇବେ ବା ପୋଲିସ ଲଗାଇ ମହନ୍ତଙ୍କୁ ଜବରଦସ୍ତ ଉଠାଇ ଆଣିବେ, ଏବିଷୟରେ ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ପାରୁ ନଥିବା ସୂଚନା ମିଳୁଛି।

ବର୍ତ୍ତମାନ ଅନ୍ୟ ଭଙ୍ଗାରୁଜା କାମ ଚାଲିଛି। ରଘୁନନ୍ଦନ ପାଠାଗାର, ମଙ୍ଗୁ ମଠ ଆଦି ଭଙ୍ଗା ଚାଲିଛି କିନ୍ତୁ ଏମାର ମଠର ମୂଳ ଆସ୍ଥାନ ଅଞ୍ଚଳରେ ପ୍ରଶାସନ ଏଯାବତ୍‌ ପହଞ୍ଚି ପାରୁନି।

ଅନ୍ୟପଟେ ମଠ ମହନ୍ତ ଭିତରେ ବସି ରହିବା ଘଟଣାକୁ ନେଇ ସନ୍ଦେହ ପ୍ରକଟ ହୋଇଛି। ମଠ ମହନ୍ତ ଘର ଛାଡୁ ନଥିବା କାରଣରୁ ସେଠାରେ କିଛି ଗୁପ୍ତ ଧନ ଥିବା ନେଇ ସନ୍ଦେହ କରାଯାଉଛି। ଏହାକୁ ନେଇ ପୋଲିସ ମଠ ଉପରେ କଡ଼ା ନଜର ରଖିଛି। ମଠରେ ପୂର୍ବରୁ ମିଳିଥିବା ରୁପା ଇଟା ଏବେ ବି ଅଛି କି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comment