ଓଡ଼ିଶାଲାଇଭ୍‌ ବ୍ୟୁରୋ

Chemini Basa

ଚେମିଣି ଏକ ବିରଳ ପକ୍ଷୀ। ସବୁଜିମା ତଥା ଚାଳଘର ନଥିବା ଯୋଗୁଁ ଏମାନଙ୍କ ବଂଶ ‌ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। କିନ୍ତୁ ଶ୍ରୀକ୍ଷେତ୍ରରେ ଚେମିଣି ଧାର୍ମିକ ବିଶ୍ୱାସ ସହିତ ଜଡ଼ିତ। କାରଣ ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଚେମିଣି ରହୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାରକୁ ଚେମିଣି ଦ୍ୱାର ବୋଲି କୁହାଯାଏ।

ଏଠାରେ ଥିବା ଚେମିଣିକୁ କେହି ଘଉଡ଼ାନ୍ତି ନାହିଁ। ସୁରକ୍ଷିତ ଅବସ୍ଥାରେ ଏମାନେ କାହିଁ କେଉଁ କାଳରୁ ରହି ଆସୁଛନ୍ତି। ନିକଟରେ ଫନି ବାତ୍ୟା ପରଠାରୁ ଶ୍ରୀମନ୍ଦିର ଥିବା ଚେମିଣିମାନେ କୁଆଡ଼େ ଉଭାନ ହୋଇଯାଇଛନ୍ତି। ଏବେ ଅଳ୍ପ ସଂଖ୍ୟାରେ ଚେମିଣି ସେଠାରେ ରହୁଛନ୍ତି।

ଜିଲ୍ଲା ପ୍ରଶାସନ ଏମାର ମଠର ପୁରାତନ କୋଠା ଭାଙ୍ଗିବା ପରେ ଏହା ପରିସରରେ ଏକ ଚେମିଣି ଘରକୁ ଠାବ କରାଯାଇଛି। ଯେଉଁଠି ହଜାର ହଜାର ସଂଖ୍ୟାରେ ଚେମିଣି ରହିଛନ୍ତି। ବାତ୍ୟା ଫନି ପରେ ଚେମିଣି ଶ୍ରୀମନ୍ଦିର ଛାଡ଼ି ଏଠାରେ ରହୁଥିବା କୁହାଯାଉଛି।

ତେବେ ମଠ ଭାଙ୍ଗି ଦିଆଯିବା ପରେ ଏମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଚେମିଣିମାନେ ଉଜ୍ଜ୍ୱଳ ଆଲୋକରେ ବାହାରକୁ ବାହାରନ୍ତି ନାହିଁ। ସଂଧ୍ୟା ହେଲେ ଏମାନଙ୍କର ଚଳପ୍ରଚଳ ଆରମ୍ଭ ହୁଏ।

Comment