ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ୱଚାରୁ ଆରମ୍ଭ କରି ସୁସ୍ଥ ଶରୀର ପାଇଁ ଲାଭଦାୟକ ଲେମ୍ବୁ ରସ। ଲେମ୍ବୁ ରସରେ ଫାଇବର, ଭିଟାମିନ-ସି, ଆଣ୍ଟି-ଅକ୍ସିଡାଣ୍ଟ, ସାଇଟ୍ରିକ୍ ଏସିଡ୍ ଭରପୂର ପରିମାଣର ଥାଏ।

ବୟସ ବୃଦ୍ଧି ସମସ୍ୟା, ରିଙ୍କିଲ୍‌, ରୁକ୍ଷ ତ୍ଵଚା, କଳାଦାଗ, ବ୍ରଣ ଭଳି ସମସ୍ତ ତ୍ୱଚା ସମସ୍ୟାକୁ କମ୍ କରେ ସାଇଟ୍ରିକ୍ ଏସିଡ୍ ଯୁକ୍ତ ଫଳ ରସ।

ଆଣ୍ଟି-ଅକ୍ସିଡାଣ୍ଟ ସ୍କିନ୍ ଡ୍ୟାମେଜ୍ ଭଳି ସମସ୍ୟାକୁ ଦୂର କରିଥାଏ।

ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ଆଶଙ୍କା କମ୍ କରେ ଲେମ୍ବୁ ରସ।

ଏହାକୁ ପ୍ରତିଦିନ ଖାଇଲେ ମୋଟାପଣ ବା ଓଜନ କମିଥାଏ।

ଓଜନ କମାଇବା ପାଇଁ ଦୈନିକ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ।

ଡାଇଜେସନ୍ ବା ପାଚନ ପ୍ରକ୍ରିୟାକୁ ସୁଧାରିଥାଏ ଲେମ୍ବୁ ରସ। କେବଳ ସେତିକି ନୁହେଁ ଏହା ଶରୀରରେ ଥିବା ଟକ୍ସିନ୍‌କୁ ବି କମାଏ।

କିଡନୀ ଷ୍ଟୋନ୍ ସମସ୍ୟା ଥିଲେ ଲେମ୍ବୁ ପାଣି ପିଅନ୍ତୁ। ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ଷ୍ଟୋନ୍‌କୁ ପରିସ୍ରା ମାଧ୍ୟମରେ ବାହାର କରିଥାଏ।

Comment