ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଗତ ୫ ବର୍ଷ ଧରି ଛୁଟିରେ ରହିଛନ୍ତି ପୋଲିସ ବାବୁ। ଏଥିପାଇଁ ଆଜି ଉକ୍ତ ପୋଲିସ୍‌ ବାବୁଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଶୁକ୍ରବାର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କର୍ତ୍ତବ୍ୟରେ ଅବହେଳା ଏବଂ ବିଶୃଙ୍ଖଳା ଯୋଗୁଁ କଳାହାଣ୍ଡି ପୋଲିସ ଇନ୍‌ସ୍ପେକ୍ଟର ପ୍ରଫୁଲ କୁମାର ସାହୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେ ଦୀର୍ଘ ୫ ବର୍ଷ ଧରି ନିଜ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

୨୦୧୧ ମସିହା ଜୁଲାଇ ମାସରେ ଇନ୍‌ସ୍ପେକ୍ଟର ପ୍ରଫୁଲ ସାହୁଙ୍କୁ କଳାହାଣ୍ଡି ଥାନାକୁ ବଦଳି କରାଯାଇଥିଲା। କିନ୍ତୁ ନିଜ ଶାରୀରିକ ଅସୁସ୍ଥତା ଦର୍ଶାଇ ସେ କାର୍ଯ୍ୟରେ ଯୋଗ ଦେଇନଥିଲେ। ସେହିପରି ତାଙ୍କ ଅସୁସ୍ଥତା ଏବଂ ଚିକିତ୍ସା ସମ୍ପର୍କରେ କୌଣସି ପ୍ରମାଣ ମଧ୍ୟ ଦେଇନଥିଲେ।

ଏବାବଦରେ ବିଭାଗ ପକ୍ଷରୁ ବାରମ୍ବାର କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଥିଲେ ମଧ୍ୟ ଏହାକୁ ଏଡ଼ାଇ ଦେଇଥିଲେ ପ୍ରଫୁଲ। ଶେଷରେ ଓଡ଼ିଶା ପୋଲିସ୍‌ କୋର୍ଡର ଧାରା ୭୨(୨) ଅନୁଯାୟୀ, ଶୁକ୍ରବାର ଇନ୍‌ସ୍ପେକ୍ଟର ପ୍ରଫୁଲ ସାହୁଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

Comment