ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ। ଥାନାରୁ କିଭଳି ସେବା ପାଇଲେ ପୋଲିସକୁ ତା’ର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପୋଲିସ ବିଭାଗରେ ଲାଗୁ କରିବାକୁ ରାଜ୍ୟ ପୋଲିସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ ଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି ।

ପୋଲସ ଡିଜିଙ୍କ କହିବା ଅନୁସାରେ ରାଜ୍ୟ ପୋଲିସ କଲ୍ ସେଣ୍ଟରରୁ ଫୋନ୍‌ କରାଯାଇ ଅଭିଯୋଗକାରୀଙ୍କ ମତ ସଂଗ୍ରହ କରାଯିବ।  ଏଥିରେ  ଅଭିଯୋଗକାରୀଙ୍କୁ ପୋଲିସର ଥାନାରେ ବ୍ୟବହାର, ଦକ୍ଷତା ଓ ତଦନ୍ତର ଦିଗକୁ ନେଇ ୫ଟି ପ୍ରଶ୍ନ ପଚରାଯିବ। ପ୍ରତି ପ୍ରଶ୍ନରେ ୧ ରୁ ୫ ମାର୍କ ଦେବେ ଅଭିଯୋଗକାରୀ। ଏହି ମାର୍କ ଅନୁସାରେ ଥାନାର ରିପୋର୍ଟ କାର୍ଡ଼ ପ୍ରସ୍ତୁତ ହେବ।

‘ମୋ ସରକାର’କୁ ନେଇ ରାଜ୍ୟ ପୋଲିସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଡିଜିପିଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Comment