ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀର ବହୁ ଚର୍ଚ୍ଚିତ ଏମାର ମଠ ଉଚ୍ଛେଦ କରାଯାଉଛି। ଉଚ୍ଛେଦର ଆଜି ଦ୍ୱିତୀୟ ଦିନ। ଗୁରୁବାର ମଠର ପଛ ପଟ ଉଚ୍ଛେଦ କରାଯାଇଥିଲା। ଆଜି ଏହି ଉଚ୍ଛେଦ କାମ ଆଗକୁ ବଢ଼ିବ।

ଅନ୍ୟପଟେ ଉଚ୍ଛେଦ ବିରୋଧରେ ମଠର ମହନ୍ତ ଘର ଭିତରେ ମୌନବ୍ରତରେ ବସିଥିଲେ। ଫଳରେ ମଠ ଭଙ୍ଗାଯାଇ ପାରି ନଥିଲା। ମଠ ମହନ୍ତଙ୍କୁ ବୁଝାସୁଝା ପରେ ମହନ୍ତ ରାଜି ହୋଇଯାଇଥିଲେ। ଶେଷରେ ମୌନବ୍ରତ ଭାଙ୍ଗିଥିଲେ। ଫଳରେ ଆଜି ସକାଳୁ ମଠର ଉଚ୍ଛେଦ କାମ ଆଗକୁ ବଢ଼ିଛି।

ଏହି ଏମାର ମଠକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ୨୦୧୧ ମସିହାରେ ରୁପା ଇଟାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ମଠ ଭିତରୁ ଏକ ଭୂତଳ ଘରକୁ ଠାବ କରାଯାଇଛି। ମଠ ମଧ୍ୟରେ ଏଭଳି ଗୁପ୍ତ କୋଠରୀ ବାହାରିବା ପରେ ଏହାକୁ ନେଇ ସମସ୍ତଙ୍କ ମନରେ ନାନାଦି ପ୍ରଶ୍ନ ଉଙ୍କି ମାରିଥିଲା। ତେବେ ମଠ ଭାଙ୍ଗିବା ବେଳେ ଏମାର ମଠ ଭିତରେ କ’ଣ କ’ଣ ରହିଛି ତାହା ଦେଖିବାକୁ ବାକି ରହିଲା।

Comment