ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ ବର୍ଷରେ ଦେଶର ଅଭିବୃଦ୍ଧି ହାର ସର୍ବନିମ୍ନ ସ୍ତରକୁ ଆସିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ। ଟୁଇଟ କରି ପ୍ରିୟଙ୍କା ଗାନ୍ଧି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି।

‘‘ଅଚ୍ଛେ ଦିନର ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଅସଲ ରୂପ ସାମ୍ନାକୁ ଆସିଛି। ତାହା ଜିଡିପି ହ୍ରାସରୁ  ସ୍ପଷ୍ଟ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି।, ବେକାରର ସଂଖ୍ୟା ବଢ଼ିଛି। ଦେଶର ଅର୍ଥ ବ୍ୟବସ୍ଥା ନଷ୍ଟ କରିବା ପଛରେ କାହାର ହାତ ବିଜେପି ସ୍ପଷ୍ଟ କରୁ‘‘, କହିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସ (ଜାନୁଆରି-ମାର୍ଚ୍ଚ)ରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିଥିଲା। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆଜି ପ୍ରକାଶିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଏପ୍ରିଲ-ଜୁନ୍‌ ପାଇଁ ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସିଆସିଛି। ଏହା ଦେଶର ଅର୍ଥନୀତି ନିମ୍ନାଭିମୁଖୀ ହେଉଥିବା ଦର୍ଶାଉଥିବାରୁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Comment