ଓଡ଼ିଶାଲାଇଭ୍ ବ୍ୟୁରୋ

ରଘୁନନ୍ଦନ ପାଠାଗାର ସମ୍ପୂର୍ଣ୍ଣ ମାଟିରେ ମିଶିବା ପରେ ଆଜି ପୁଣି ଚତୁର୍ଥ ଦିନରେ ପ୍ରଶାସନ ଐତିହାସିକ ଏମାର ମଠର ମୂଳ ଗାଦିରେ ହାତ ମାରିବ। ଗତ ଚାରିଦିନ ଧରି ପୁରୀରେ ଉଚ୍ଛେଦକୁ ନେଇ ଡ୍ରାମା ଚାଲିଛି। ଏମାର ମଠ ମହନ୍ତ ଗୁମ୍‌ ହୋଇକି ଗାଦିରେ ବସିଛନ୍ତି। ପ୍ରଶାସନ ତାଙ୍କୁ ଏପର୍ଯ୍ୟନ୍ତ ମନେଇ ପାରିନି। ଯେହେତୁ ଆଜି ଚତୁର୍ଥ ଦିନ, ତେଣୁ ଆଜି କିଛି ଚୂଡ଼ାନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏବଂ ମଠ ମହନ୍ତ ଗାଦିରୁ ଛାଡ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି।

ଏମାର ମଠ ମହନ୍ତ ଗୁମ୍‌ ହୋଇକି ଗାଦିରେ ବସିଛନ୍ତି। ପ୍ରଶାସନ ତାଙ୍କୁ ଏପର୍ଯ୍ୟନ୍ତ ମନେଇ ପାରିନି। ଯେହେତୁ ଆଜି ଚତୁର୍ଥ ଦିନ, ତେଣୁ ଆଜି କିଛି ଚୂଡ଼ାନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏବଂ ମଠ ମହନ୍ତ ଗାଦିରୁ ଛାଡ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଏବେ ଏହି ପ୍ରକ୍ରିୟା ପୁରୀରେ ଜୋରଦାର ଚାଲିଛି। ୭୫ ମିଟର ପରିସରରେ ଐତିହାସିକ ଏମାର ମଠ ଆସୁଛି। ଏହି ମଠ ଭାଙ୍ଗିବାକୁ ପ୍ରଶାସନ ପୂର୍ବରୁ ନୋଟିସ୍‌ ଦେଇଥିଲା।

ନୋଟିସ୍‌ ନେଇ ପ୍ରଶାସନିକ ଅଧିକାରୀ ମଠ ମହନ୍ତଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ମହନ୍ତ ଅସୁସ୍ଥ ଥିବାରୁ ଦେଖା ହୋଇପାରିବନି ବୋଲି ମଠ ପକ୍ଷରୁ କୁହାଯାଇଥିଲା। ଶେଷରେ ପ୍ରଶାସନ ମଠ ବାହାରେ ଲଟ୍‌କା ଟଙ୍ଗାଇଥିଲା।

ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏମାର ମଠ ପାଳି ପଡ଼ିଥିଲା। ଐତିହାସିକ ଏମାର ମଠରୁ ସମସ୍ତ ଜିନିଷ ପତ୍ର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଜିନିଷ ପତ୍ର ଖାଲି କରିଥିଲେ ମଠ କର୍ମଚାରୀ।

ଗୋଟିଏ ପଟେ ଜିନିଷ ପତ୍ର ଖାଲି ହେଉଥିବା ବେଳେ ଅନ୍ୟପଟେ ମହନ୍ତ ରାଜଗୋପାଳ ରାମାନୁଜ ମହାରାଜ ଗୁରୁବାର ଦିନ ମୌନ ବତ୍ରରେ ବସିଥିବା ଖବର ଆସିଲା। ପ୍ରଶାସନିକ ଅଧିକାରୀ ଗୁରୁବାର ମହନ୍ତଙ୍କୁ ଭେଟି କବାଟକିଳି  ଆଲୋଚନା କରିଥିବା ଦାବି କରିଥିଲେ। ଆଲୋଚନା କ’ଣ ହେଲା ତାହା କେବଳ ପ୍ରଶାସନିକ ଅଧିକାରୀଙ୍କୁ ହିଁ ଜଣା।

ଶୁକ୍ରବାର ଦିନ ଖବର ଆସିଲା ଯେ ମହନ୍ତ କବାଟକିଳି ନିଜ ଗାଦିରେ ବସିଛନ୍ତି। ସେ ଗାଦି ଛାଡ଼ିବାକୁ ରାଜି ନଥିବା କୁହାଗଲା। ମହନ୍ତଙ୍କ ସହିତ ପ୍ରଶାସନର କ’ଣ ଆଲୋଚନା ହୋଇଛି ଏବଂ ସେ କେମିତି ବାହାରକୁ ଆସିବେ ସେନେଇ କୌଣସି ଅଧିକାରୀ ପ୍ରତିକ୍ରିୟା ରଖୁ ନାହାନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମହନ୍ତ ତାଙ୍କ ଗାଦି ଛାଡ଼ିବାକୁ ରାଜି ନାହାନ୍ତି।

ମଠ ଉଚ୍ଛେଦ ହେବା ପରେ ମହନ୍ତ କେଉଁଠି ରହିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ମହନ୍ତଙ୍କ ରହିବା ପାଇଁ କଣ୍ଟେନର ଭଳି ଅସ୍ଥାୟୀ ଘର ତିଆରି କରିଥିବା ଜଣାପଡ଼ିଛି। କିନ୍ତୁ ଆଜି ମଠ ମହନ୍ତ ନିଜ ଗାଦି ଛାଡ଼ି ବାହାରି ପାରନ୍ତି ବୋଲି ଶୁଣାଯାଉଛି।

Comment