ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ବହୁ ଲୋକ ସ୍ଵାସ୍ଥ୍ୟ ପ୍ରତି ସଚେତନ ହେଲେଣି ତଥାପି ମଧ୍ୟ ଫିଟନେସ୍ ନେଇ ଭାରତୀୟମାନେ ବହୁତ ଭୁଲ୍ କରୁଛନ୍ତି।

-ମଧୁମେହ ହେବା ଭୟରେ ଲୋକମାନେ ଆଜିକାଲି ଚିନି ଖାଇବା କମାଇଦେଉଛନ୍ତି। କିନ୍ତୁ ଲୁଣ ଖାଇବା କମାଉନାହାନ୍ତି। ପ୍ୟାକେଟରେ ଥିବା ଚିପ୍ସ, ପାମ୍ପଡ ଖାଇବା ଛାଡୁନାହାନ୍ତି।
କିନ୍ତୁ ଚିନି ଭଳି ଲୁଣ ମଧ୍ୟ ଦେହ ପାଇଁ ଖୁବ୍ ଖରାପ। ବିଶେଷ କରି ରକ୍ତଚାପ ସମସ୍ୟା ଭୋଗୁଥିବା ରୋଗୀଙ୍କ ପାଇଁ ଏହା ହାନିକାରକ ହୋଇଥାଏ।

-ଓଜନ କମାଇବା କଥା ଆସିଲେ ଲୋକମାନେ ପ୍ରଥମେ କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟକୁ କମାଇ ଦେଇଥାନ୍ତି। କିନ୍ତୁ ଏହାଦ୍ୱାରା ଆମର ଯକୃତ ପ୍ରଭାବିତ ହୋଇଥାଏ କାରଣ କାର୍ବୋହାଇଡ୍ରେଟ୍ ଯକୃତରେ ପ୍ରୋବାଇଓଟିକ୍ସର ବୃଦ୍ଧିରେ ସହାୟକ ହୋଇଥାଏ।

-ଏସିଡିଟି ହେବା ଭୟରେ ସବୁ ପ୍ରକାର ଚର୍ବିଜାତୀୟ ଖାଦ୍ୟକୁ ବର୍ଜନ କରିବା ବି ଏକପ୍ରକାର ଭୁଲ କାରଣ ଏସିଡିଟି ଦିନେ ଦୁଇଦିନ ମଧ୍ୟରେ ହୁଏନାହିଁ ବର୍ଷ ବର୍ଷ ଧରି ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହା ହୋଇଥାଏ। ଏପରିସ୍ଥଳେ ସବୁ ପ୍ରକାର ଚର୍ବିଜାତୀୟ ଖାଦ୍ୟ ଛାଡ଼ିଦେଲେ ଦେହ ଦୁର୍ବଳ ହୋଇଥାଏ। ବିଶେଷ କରି ଚର୍ମଗତ ରୋଗ ଦେଖାଯାଏ।

-ସକାଳ ଜଳଖିଆ କିମ୍ବା ମଧ୍ୟାହ୍ନଭୋଜନ ପୂର୍ବରୁ ଯେକୌଣସି ଫଳ ଖାଇଲେ ତାହା ଶରୀର ପାଇଁ ହିତକାରୀ ହୋଇଥାଏ। କିନ୍ତୁ ମନଇଚ୍ଛା ଯେକୌଣସି ସମୟରେ ଫଳ ଖାଇବା ଅନୁଚିତ୍। ଯେପରିକି ରାତିରେ ଶୋଇବା ପୂର୍ବରୁ ଫଳ ଖାଇଲେ ତାହା ଗ୍ୟାସ ସମସ୍ୟା କରିଥାଏ।

-ଫିଟ୍ ରହିବାର ମୂଳ ମନ୍ତ୍ର ହେଲା ଉପଯୁକ୍ତ ଖାଦ୍ୟ ଖାଇବା, ବ୍ୟାୟାମ କରିବା ଏବଂ ବିଶ୍ରାମ ନେବା କିନ୍ତୁ ଲୋକମାନେ ବିଶ୍ରାମ ନେବାକୁ ଭୁଲିଯାଉଛନ୍ତି କିମ୍ବା ଅବହେଳା କରୁଛନ୍ତି। ଏହାଦ୍ୱାରା ବଡ଼ ଧରଣର ସ୍ଵାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହୁଛି।

Comment