ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକଙ୍କର ଧାରଣା ଯେ ମୋବାଇଲ୍ ଫୋନ୍ ବ୍ୟବହାର କାରଣରୁ କ୍ୟାନସର୍ ହୋଇପାରେ, କିନ୍ତୁ କେବଳ କ୍ୟାନସର୍ ନୁହେଁ ସମ୍ଭବତଃ ମୋବାଇଲ୍ ଫୋନ୍‌ର ଅତିରିକ୍ତ ବ୍ୟବହାର କାରଣରୁ ଆମେ ନିଶାଗ୍ରସ୍ତ ହେବା ସଦୃଶ ଆମ ଅଜାଣତରେ ନିଜ ସ୍ୱାସ୍ଥ୍ୟର କ୍ଷତି କରିଥାଉ। ଏଠାରେ ମୋବାଇଲ୍ ଫୋନ୍ କାରଣରୁ ସମ୍ଭାବ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦର ଆଶଙ୍କାର କେତୋଟି ଉଦାହରଣ ଦିଆଯାଇଛି:

କ୍ୟାନସର୍

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ରିପୋର୍ଟ କରାଯାଇଥିବା ଅନୁଯାୟୀ ମୋବାଇଲ୍ ଫୋନ୍‌ରୁ ଉତ୍ପନ୍ନ ହେଉଥିବା (ରେଡିଓ ଫ୍ରିକ୍ୟୁଏନ୍ସି (ଆର୍ ଏଫ୍ କ୍ଷେତ୍ର ବେସ୍ ଷ୍ଟେସନ୍ ତୁଳନାରେ ୧ହଜାର ଗୁଣ ଅଧିକ ହୋଇଥାଏ। ସମ୍ଭବତଃ ଦୀର୍ଘକାଳୀନ ଉନ୍ମୁକ୍ତତା କାରଣରୁ କ୍ୟାନସରର ଆଶଙ୍କା ବୃଦ୍ଧି ପାଇପାରେ। ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର୍ ଏହି ଆର୍‌ଏଫକୁ ମନୁଷ୍ୟମାନଙ୍କ ପାଇଁ କ୍ୟାନସରର ଏକ ସମ୍ଭାବ୍ୟ କାରଣ ଭାବରେ ଦର୍ଶାଇଛି। ଏହା ସୂଚିତ କରିଛି ଯେ ମୋବାଇଲ୍ ବ୍ୟବହାର କାରଣରୁ ବ୍ରେନ୍ ଟ୍ୟୁମର୍ ହେବା ପାଇଁ ଅତିକମ୍‌ରେ ୨୦-୨୫ ବର୍ଷ ସମୟ ଲାଗିପାରେ ଏବଂ ଏତେ ଦିନ ଧରି କେହି ବାସ୍ତବରେ ଏପର୍ଯ୍ୟନ୍ତ ମୋବାଇଲ୍ ବ୍ୟବହାର କରିନାହାନ୍ତି।

ନିଦ୍ରାରେ ବିଶୃଙ୍ଖଳା

ସାରା ଦିନର ଜଞ୍ଜାଳମୟ ଜୀବନ ପରେ ରାତି ସମୟଟି ନିୟମିତ ଗପସପ ଓ କଥାବାର୍ତ୍ତା ପାଇଁ ଅନୁକୂଳ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କୁ ନିଦ ନ ହେବାର ମୁଖ୍ୟ କାରଣ କ‘ଣ ? ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ୍ ଫୋନ୍ ଅଧିକ ବ୍ୟବହାର କରିବା ସହିତ ନିଦ୍ରାରେ ବିଶୃଙ୍ଖଳାର ସମ୍ପର୍କ ରହିଛି। ଅନେକ ରାତିରେ ମୋବାଇଲ୍ ରିଙ୍ଗ ହେବା ଏବଂ ଭାଇବ୍ରେସନ୍ ହେବା କାରଣରୁ ଅଧା ରାତିରେ ନିଦରୁ ଉଠିଥାନ୍ତି ଏବଂ ଏପରିକି ସନ୍ଧ୍ୟା ପରେ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅଧିକ ମୋବାଇଲ୍ କାରଣରୁ ସେମାନଙ୍କୁ ଭଲରେ ନିଦ ହୋଇନଥାଏ।

ଦୁର୍ଘଟଣାରେ ଆଶଙ୍କା ବୃଦ୍ଧି

ଆପଣ ଆଇ ଫୋନ୍ ବ୍ୟବହାର କରନ୍ତୁ କି ଫ୍ଲିପ୍ ଫୋନ୍ ବା ବ୍ଲାକ୍‌ବେରି ଆପଣ ଯାତାୟତ କଲାବେଳେ ଆପଣଙ୍କ ଫୋନ୍ ଅଧିକ ଥର ଦେଖିବାର ସମ୍ଭାବନା ରହିଥାଏ। କିନ୍ତୁ ଡ୍ରାଇଭ୍ କଲାବେଳେ ବା ସଡ଼କ ଅତିକ୍ରମ କଲାବେଳେ ମୋବାଇଲ୍ ଫୋନ୍ ବ୍ୟବହାର ଫଳରେ ଆପଣ ବିପଦକୁ ଅଣଦେଖା କରିପାରନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗବେଷଣା ତଥ୍ୟରୁ ଜଣାପଡ଼ିଛି ଯେ ମୋବାଇଲ୍ ବ୍ୟବହାର ସହିତ ଟ୍ରାଫିକ୍ ଦୁର୍ଘଟଣାର ଆଶଙ୍କା ୩ରୁ ୪ ଗୁଣ ବଢ଼ିଯାଇଛି। ଡ୍ରାଇଭ୍ କଲାବେଳେ ବାଇକ୍ ଚଲାଇବା ସମୟରେ ବା ଚାଲି ଚାଲି ରାସ୍ତା ଅତିକ୍ରମ କଲାବେଳେ ମୋବାଇଲ୍ ବ୍ୟବହାର କରିବା କାରଣରୁ ପ୍ରତିଦିନ ଅନେକ ମୃତାହତ ହେଉଛନ୍ତି।

ହୃତପିଣ୍ଡ ସମସ୍ୟା

ମୋବାଇଲ୍‌ ଫୋନ୍‌ରୁ ସୃଷ୍ଟି ହେଉଥିବା ରାଡିଏସନ୍ କେବଳ କର୍କଟ ରୋଗ ସହିତ ଜଡ଼ିତ ହୋଇନପାରେ ତାହା ସହିତ ମଧ୍ୟ ଜଟିଳ ରୋଗ ଯେପରିକି ହୃତପିଣ୍ଡ ସମସ୍ୟାର କାରଣ ହୋଇପାରେ। ୟୁରୋପିଆନ୍ ଜର୍ଣ୍ଣାଲ୍ ଅଫ୍ ଅଙ୍କୋଲୋଜିର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ କଡଲେସ୍ ଫୋନ୍‌, ମୋବାଇଲ୍ ଫୋନ୍ ଇତ୍ୟାଦି କାରଣରୁ ହୃତପିଣ୍ଡ କାର୍ଯ୍ୟକାରିତାରେ ଅସ୍ୱାଭାବିକତା ପରିଲକ୍ଷିତ ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ରାଡିଏସନ୍ ଯୋଗୁଁ ଲାଲ୍ ରକ୍ତ କୋଷରେ ପରିବର୍ତ୍ତନ ହୋଇ ହୃତପିଣ୍ଡ ଜଟିଳତା ଦେଖା ଦେଇଥାଏ।

ନଂପୁସକତା

ପୁରୁଷମାନେ ସତର୍କ ହୋଇଯାଆନ୍ତୁ! ଆପଣଙ୍କ ଫୋନ୍ ଆପଣଙ୍କୁ ନଂପୁସକ କରିଦେଇପାରେ। ଏବେ ପର୍ଯ୍ୟନ୍ତ ପୁରୁଷ ମୂଷାମାନଙ୍କ କ୍ଷେତ୍ରରେ ମୋବାଇଲ୍ ଫୋନ୍ ବିକିରଣ କାରଣରୁ ଶୁକ୍ରାଣୁ ଗଣନା ହ୍ରାସ ପାଇବାର ଯଥେଷ୍ଟ ପ୍ରମାଣ ମିଳିଛି। ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଦଳେ ପୁରୁଷଙ୍କ ମଧ୍ୟରେ ଶୁକ୍ର ରସରେ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଥିଲା, ଫଳରେ ସେମାନେ ସନ୍ତାନର ଜନକ ହେବାକୁ ଅସମର୍ଥ ହୋଇଥିଲେ।

ଶ୍ରବଣଶକ୍ତି ବିଶୃଙ୍ଖଳା

ଆଜିକାଲି ,ରାସ୍ତାରେ ଯାଉଥିବା ଅଧିକାଂଶ ବ୍ୟକ୍ତି କାନରେ ଇୟର୍‌ ଫୋନ୍ ଲଗାଇ ଯାଉଥିବାର ଦେଖିବାକୁ ମିଳୁଛି। ତେଣୁ ଯୁବକ ଓ ବୟସ୍କଙ୍କ ମଧ୍ୟରେ ଶ୍ରବଣ ଶକ୍ତି ହାନି ଦେଖିବାକୁ ମିଳୁଛି। ଆପଣଙ୍କ ମୋବାଇଲ୍ ବିକିରଣ ହେଉଛି ଆପଣ ବଧିର ହେବାର ଅତିରିକ୍ତ କାରଣ। ଅଧ୍ୟୟନରୁ ଜଣାପଡ଼ିଛି ଯେ ସେଲ୍ ଫୋନ୍‌ରୁ ଉତ୍ପନ୍ନ ହେଉଥିବା ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ର )ଇଏମ୍ (କାରଣରୁ ଶ୍ରବଣ ଶକ୍ତି କାର୍ଯ୍ୟକାରିତା ହ୍ରାସ ପାଇଥାଏ। ଓକଟେ ଏମଏଫ୍‌ ଏବଂ ଡ୍ୟାସଡାଗ ଏସ୍‌ଙ୍କ ଦ୍ୱାରା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ପ୍ରାୟ ଦୈନିକ ୨ଘଣ୍ଟା ପାଖାପାଖି ସମୟ ସେଲ୍‌ ଫୋନ୍‌ରେ କଥାବାର୍ତ୍ତା ହୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ଶ୍ରବଣ ଶକ୍ତି ବିଶୃଙ୍ଖଳାର ଆଶଙ୍କା ଅଳ୍ପ ବ୍ୟବହାର କରୁଥିବା )୧୦-୨୦ ମିନିଟ୍‌ ( ବ୍ୟକ୍ତିଙ୍କ ତୁଳନାରେ ଅଧିକ ରହିଥାଏ।

ଚକ୍ଷୁ ସମସ୍ୟା

ବହୁ ବ୍ୟକ୍ତି ଇ ବୁକ୍ ପଢ଼ିବା ପାଇଁ, ଇଣ୍ଟରନେଟ୍‌ ସର୍ଚ୍ଚ କରିବା ପାଇଁ ତଥା ମ୍ୟାସେଜ୍ ପଠାଇବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିଥାନ୍ତି। ଏହା କରିବା ସମୟରେ, ସ୍କ୍ରିନର ଉଜ୍ଜ୍ୱଳତା ଏବଂ ଛୋଟ ଫଣ୍ଟ ଆକାର ଆପଣଙ୍କ ଚକ୍ଷୁ ଉପରେ ବହୁତ ଚାପ ପକାଇଥାଏ, ବିଶେଷକରି ଆପଣ ଯଦି ଅନ୍ଧାରରେ ପଢ଼ୁଥାନ୍ତି। ମୋବାଇଲ୍ ଡିଭାଇସରେ ଅପେକ୍ଷାକୃତ ଭାବରେ ଛୋଟ ସ୍କ୍ରିନ୍ ରହିଥାଏ ତେଣୁ ଆପଣ ଆଖିକୁ ଅଧିକ ଖୋଲା ରଖିଥାନ୍ତି ଏବଂ କମ୍ ଥର ଆଖି ପତା ପକାଇଥାନ୍ତି। ଏହା ଯୋଗୁଁ ଡ୍ରାଏ ଆଇ ବା ଶୁଷ୍କ ଚକ୍ଷୁ, ପୋଡ଼ାଜଳା ହେବା ଏବଂ ନାଲି ପଡ଼ିବା ଦେଖା ଦେଇପାରେ।

ଚର୍ମ ଆଲର୍ଜି

ଅଧିକାଂଶ ମୋବାଇଲ୍ ଫୋନ୍ ଅଧିକ ସୁନ୍ଦର ଦିଶିବା ପାଇଁ ଏକ ସାଧାରଣ ମେଟାଲିକ୍ ସାଇନ୍ ରହିଥାଏ। ଏପରି ଫୋନ୍ ତ୍ୱଚା ପ୍ରତି ଆଲର୍ଜିର ସମ୍ଭାବନା ରହିଥିବା ନିକେଲ୍ ,କ୍ରୋମିୟମ୍ ଏବଂ କୋବାଲଟ ଧାରଣ କରେ, ଯାହାକି ସେଲ୍ ଫୋନ୍ ତ୍ୱଚା ସଂକ୍ରମଣର କାରଣ ହୋଇଥାଏ। ମାର୍ସେଲା ଆକ୍ୱିନୋ ଏବଂ ସହକର୍ମୀମାନେ ୭୨ଟି ଫୋନ୍ ପରୀକ୍ଷା କରି ସେଥିରେ ନିକେଲ୍ ଓ କୋବାଲଟ ରହିଥିବାର ପ୍ରମାଣ ପାଇଛନ୍ତି। ଫଳସ୍ୱରୂପ, ବ୍ଲାକ୍‌ବେରିର ମଡେଲର ପରୀକ୍ଷା କରାଯାଇଥିବା ଫୋନ୍ ମଧ୍ୟରୁ ୨୯.୪% ରେ ନିକେଲ୍ ରହିଥିଲା ଏବଂ ଅଧିକାଂଶ ଫ୍ଲିପ୍ ଫୋନ୍‌ରେ ନିକେଲ୍ ଓ କୋବାଲଟ  ଦେଖାଯାଇଥିଲା।

ସଂକ୍ରମଣ

ଆପଣଙ୍କ ମଧ୍ୟରୁ କେତେ ଜଣ ପାଇଖାନା ଓ ଗାଧୁଆ ଘରେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି: ସେଲ୍ ଫୋନ୍ କେବଳ ଆପଣଙ୍କର ବହୁ ମୂଲ୍ୟ ଡାଟା ଧାରଣ କରେ ନାହିଁ ତାହା ସହିତ ଲକ୍ଷ ଲକ୍ଷ ସଂକ୍ରାମକ ଜୀବାଣୁ ମଧ୍ୟ ଧାରଣ କରିଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମଳ ମୂତ୍ରରୁ ଉତ୍ପନ୍ନ ହେଉଥିବା ଜୀବାଣୁ ଦ୍ୱାରା ମୋବାଇଲ୍ ଡିଭାଇସ୍‌ଗୁଡ଼ିକ ବହୁମାତ୍ରାରେ ପ୍ରଦୂଷିତ ହୋଇଥାଏ। ଏଥିରେ ଇ କୋଲାଇ  ଝାଡ଼ାବାନ୍ତିର କାରଣ ହେଉଥିବା ଏବଂ ଷ୍ଟାଫାଇଲୋକୋକସ୍ ଅରସ୍ ତ୍ୱଚା ସଂକ୍ରମଣର କାରଣ ହେଉଥିବା ବହୁମାତ୍ରାରେ ଦେଖା ଯାଇଥାଏ।

ଚାପ

ଲୋକେ ଦିନରାତି ୨୪ ଘଣ୍ଟା ମୋବାଇଲ୍ ବ୍ୟବହାର ପାଇଁ ଦାୟୀ ହୋଇଥାନ୍ତି ଏବଂ ସବୁବେଳେ କାର୍ଯ୍ୟରେ ଚାପ ରହିଥାଏ ଫଳରେ ସେମାନଙ୍କର ଚାପର ସ୍ତର ବହୁ ମାତ୍ରାରେ ବୃଦ୍ଧି ପାଇଥାଏ।

ତେଣୁ ଆପଣଙ୍କ ମୋବାଇଲ୍ ଫୋନ୍ କ୍ରମାଗତ ଭାବରେ ବ୍ୟବହାର କରିବା ପୂର୍ବରୁ ଏହାର ଲାଭ କ୍ଷତି ବିଷୟରେ ନିଶ୍ଚୟ ଥରେ ଚିନ୍ତା କରନ୍ତୁ! ସଚେତନ ରହନ୍ତୁ, ସୁସ୍ଥ ରହନ୍ତୁ।

Comment