ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସେହେନ୍ ଶାହା ବୋଲି କୁହାଯାଉଥିବା ବିଗ୍ ବି ଅମିତାଭ ବଚ୍ଚନ, ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ। ୭୬ ବର୍ଷ ବୟସରେ ବି ପୁରା ଫିଟ୍। ଅଭିନୟ ସହିତ ଷ୍ଟାଇଲ୍ ରେ ବି ନମ୍ବର ଓ୍ୱାନ୍। କାମ ସହିତ ନିଜ ଡ୍ରେସିଙ୍ଗ୍ ସେନ୍ସ୍ ଓ ଖାନପାନ ଉପରେ ବି ବିଶେଷ ଧ୍ୟାନ ଦେଇଥାଆନ୍ତି ଅମିତାଭ।

ଏଥର ଚର୍ଚ୍ଚାର ବିଷୟ ହେଉଛି ଅମିତାଭଙ୍କ ମୋଜା। ନିକଟରେ ଷ୍ଟାଇଲିସ୍ ପୋଜେର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର୍ କରିଛନ୍ତି ଅମିତାଭ। ହ୍ୱାଇଟ୍ ପ୍ୟାଣ୍ଟ୍ ଓ ହ୍ୱାଇଟ୍ ସାର୍ଟ ଉପରେ ଗୋଟିଏ ହଳଦିଆ କଲରର ବ୍ଲେଜର୍ ପିନ୍ଧିଛନ୍ତି ସେ। ଆଉ ତାକୁ ମ୍ୟାଚ୍ କରିବା ପାଇଁ କଳା ଜୋତା ସହିତ ହ୍ୱାଇଟ୍ -ବ୍ଲୁ ପ୍ରିଣ୍ଟେଡ୍ ମୋଜା । ଅମିତାଭଙ୍କର ସେହି ହ୍ୱାଇଟ୍ ରେ-ବ୍ଲୁ ପ୍ରିଣ୍ଟ୍ ମୋଜା ସବୁଠାରୁ ଅଧିକ ଆକର୍ଷଣ କରୁଛି।

ତାଙ୍କର ମୋଜା କଲେକ୍ସନ୍ ବହୁତ ୟୁନିକ୍। ବିଭିନ୍ନ ରଙ୍ଗ ଓ ଡିଜାଇନ୍ ର ମୋଜା ତାଙ୍କୁ ସବୁବେଳେ ଲୋକଲୋଚନକୁ ଆଣେ। କେବିସିର ପ୍ରେମିଅର୍ ରେ ସେ ବ୍ଲାକ୍ କଲର୍ ର ବ୍ଲେଜର୍ ସହିତ ହଳଦିଆ ରଙ୍ଗର ମୋଜା ପିନ୍ଧିଥିଲେ। ସେହି ହଳଦିଆ ମୋଜା ସଂପୂର୍ଣ୍ଣ ଡ୍ରେସ୍ ଅପ୍ ର ମୁଖ୍ୟ ଆକର୍ଷଣ ହୋଇଥିଲା।

ଏହାର ଫଟୋ ସେୟାର୍ କରି ଅମିତାଭ କମେଣ୍ଟରେ ଲେଖିଥିଲେ “କେବିସି ୧୧ ର ଲଞ୍ଚ୍। ୧୯ ବର୍ଷରେ ଶୋ’। ୧୦ ବର୍ଷ ହେଲା କେବିସି ସହିତ ଜଡିତ। ମିଡିଆରେ ସୁବଠାରୁ ଅଧିକ ପଚାରା ଯାଇଥିବା ପ୍ରଶ୍ନ ମୋ ମୋଜା ଆଉ ସେଲ୍ଫି। ” ଗତ ଶୁକ୍ରବାର ପ୍ରସାରିତ ହୋଇଥିବା କେବିସି ଏପିସୋଡ୍ ରେ ବି ଆକର୍ଷଣ ଘେରରେ ରହିଥିଲା ଅମିତାଭଙ୍କ ମୋଜା।

ଡିଜାଇନର୍ ପ୍ରିୟା ପାଟିଲ୍ ହେଲେ ଅମିତାଭଙ୍କ କଷ୍ଟ୍ୟୁମ୍ ଡିଜାଇନର୍। ଗତ ୭ ବର୍ଷ ହେଲା କେବିସିରେ ଅମିତାଭଙ୍କ କଷ୍ଟ୍ୟୁମ୍ ଡିଜାଇନ୍ କରୁଛନ୍ତି ପ୍ରିୟା। ଗତବର୍ଷ ଶୋ’ରେ ପ୍ରିୟା ଅମିତାଭଙ୍କ ପାଇଁ ତିନୋଟି ସୁଟ୍ ଡିଜାଇନ୍ କରିଥିଲେ।

ଚଳିତ ସିଜନ୍ ରେ ବି ଅମିତାଭଙ୍କୁ ଗୋଟିଏ ଖାସ୍ ଲୁକ୍ ରେ ଦେଖିବାକୁ ମିଳିବ।

Comment