ଓଡ଼ିଶାଲାଇଭ୍ ବ୍ୟୁରୋ

  • ହେଲମେଟ୍‌ ଫାଇନ୍‌ ଡବଲ୍‌, ୫ଶହରୁ ହେଲା ୧ହଜାର
  • ମଦ ପିଇ ଚଳାଇଲେ ୧୦ ହଜାର
  • ମୋବାଇଲ ଧରି ଗାଡ଼ି ଚଳାଇଲେ ୫ ହଜାର
  • ବାଇକ୍‌ରେ ୩ଜଣ ଗଲେ ୫ ହଜାର
  • ଲାଇସେନ୍ସ ନଥିଲେ ୫ ହଜାର ଜରିମାନା
  • ନାବାଳକ ଗାଡ଼ି ଚଳାଉଥିଲେ ଅଭିଭାବକ ଗଣିବେ ତଣ୍ଡ

ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ହେଲମେଟ୍‌ ନ ପିନ୍ଧି ଧରାପଡ଼ିଲେ ହଜାରେ, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ହେବ। ଆଜିଠୁ ଲାଗୁ ହେଉଛି ନିୟମ।

ଏହି ନିୟମ ଅନୁଯାୟୀ, ନାବାଳକ ଗାଡ଼ି ଚଳାଉଥିଲେ ତାଙ୍କ ଅଭିଭାବକ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏହାସହ ୨୫ ହଜାର ଟଙ୍କା ଦେବା ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ କରାଯିବ।

ଆମ୍ବୁଲାନ୍ସ ବା କୌଣସି ଜରୁରୀକାଳୀନ ଯାନକୁ ନ ଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା।

ସେହିପରି ସର୍ବସାଧାରଣ ଯାନବାହନ ବା ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଅଧିକ ଯାତ୍ରୀଙ୍କୁ ନେଲେ ଯାତ୍ରୀ ପିଛା ହଜାରେ ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଲାଇସେନ୍ସ ନଥିଲେ ୫ ହଜାର, ବୀମା ନଥିଲେ ୨ ହଜାର, ବେପରୁଆ ଗାଡ଼ି ଚାଳନା ପାଇଁ ୫ ହଜାର, ମୋବାଇଲ ସହ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଉଛି।

କାର ଓ ଅନ୍ୟ ଚାରି ଚକିଆ ଯାନରେ ସିଟବେଲ୍ଟ ନପିନ୍ଧିଲେ ଦେବେ ପୂର୍ବାପେକ୍ଷା ୧୦ଗୁଣା ଜରିମାନା। ପୂର୍ବରୁ ଏହି ଜରିମାନା ୧୦୦ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୧ହଜାର କରାଯିବ।

ବିଭିନ୍ନ ଛକରେ ଏନେଇ ସଚେତନତା ହୋର୍ଡିଂ ଲଗାଯିବା ସହ ବ୍ଲକିଂ-ଚେକିଂ ବେଳେ ଚାଳକଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ସଚେତନ କରାଯାଉଛି।

ଜାଣନ୍ତୁ ୨୦୧୮ର ଚିତ୍ର

୨୦୧୮ର ଚିତ୍ର ଦେଖିଲେ ଜଣାଯାଏ ଯେ ହେଲେମେଟ ନପିନ୍ଧି ଗାଡ଼ି ଚଳାଇବା ପାଇଁ ୧ ଲକ୍ଷ ୩୮ ହଜାର ୭ ଶହ ୭୫ ଜଣଙ୍କୁ ପୋଲିସ ଧରିଛିା  ସେମାନଙ୍କଠାରୁ ୧ କୋଟି ୯୯ ଲକ୍ଷ ୧୫ ହଜାର ୩୫୦ ଟଙ୍କା ଆଦାୟ କରାଯାଇଛିା ଅର୍ଥାତ ଏହି ବର୍ଷ ବିଭିନ୍ନ ଟ୍ରାଫିକ ଉଲ୍ଲଙ୍ଘନ ଘଟଣାରେ ମୋଟ ୨ କୋଟି ୮୧ ଲକ୍ଷ ୯୩ ହଜାର ୩୫୦ ଟଙ୍କା ଆଦାୟ କରାଯାଇଥିଲା ବେଳେ ତା’ ଭିତରୁ କେବଳ ହେଲମେଟ ପାଇଁ ୨ କୋଟି ଟଙ୍କା ଆଦାୟ ହୋଇଛିା

କମିଶନରେଟ ପୋଲିସ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୮ରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୩୨୪୫ ଜଣଙ୍କଠାରୁ ଫାଇନ ଆଦାୟ କରାଯାଇଛିା ଏହି ଫାଇନର ପରିମାଣ ୧୬ ଲକ୍ଷ ୪୩ ହଜାର ୨ ଶହ ଟଙ୍କା।

ସେହିପରି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଜଗୁଛି ପୋଲିସା ଏ ବାବଦରେ ୨୦୧୮ ମସିହାରେ ୩୨୭୬ ଜଣଙ୍କୁ ଧରିଛି ରାଜଧାନୀ ପୋଲିସା ସେମାନଙ୍କଠାରୁ ୧୩ ଲକ୍ଷ ୪୮ ହଜାର ୭ ଶହ ଟଙ୍କା ଫାଇନ ଆଦାୟ କରାଯାଇଛିା

Comment