ଓଡ଼ିଶାଲାଇଭ ବ୍ୟୁରୋ

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ମିଳିଛି ଦଳର ଗୁରୁଦାୟିତ୍ୱ। ଆଗକୁ ଦଳର ସାଂଗଠନିକ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଦଳର କର୍ମକର୍ତ୍ତାମାନେ ନବୀନଙ୍କୁ ରିଟର୍ଣ୍ଣି ଅଫିସର ନିଯୁକ୍ତି କରିବାର ଦାୟିତ୍ୱ ଦେଇଛନ୍ତି।

ଆଗାମୀ ଦିନରେ ହେବାକୁ ଥିବା ଦଳର ଏହି ସାଂଗଠନିକ ନିର୍ବାଚନ ପାଇଁ ନବୀନ ରିଟର୍ଣ୍ଣି ଅଫିସରଙ୍କୁ ନିଯୁକ୍ତି କରିବେ। ଏହାସହ ନବୀନ ଦଳର ବିଭିନ୍ନ ପଦବୀ ପାଇଁ ଲୋକଙ୍କୁ ନିଯୁକ୍ତ କରିବାର ଅଧିକାର ଦେଇଛି ଦଳ। ଦଳର ସଂଗଠନକୁ ରାଜ୍ୟରେ ଆହୁରି ମଜଭୁତ୍ କରିବା ପାଇଁ କସରତ ଆରମ୍ଭ କରିଦେଇଛି ବିଜେଡି।

ଏହାସହ ଏହି କାର୍ଯ୍ୟକାରିଣୀ ବୈଠକରେ ସଦସ୍ୟତା ଅଭିଯାନକୁ ନେଇ ଆଲୋଚନା ହୋଇଥିଲା। ସେହିପରି ଦଳ ପକ୍ଷରୁ ତିନୋଟି ସଂକଳ୍ପ ପାରିତ କରାଯାଇଥିଲା। ପ୍ରଥମ ସଂକଳ୍ପରେ ରାଜ୍ୟର ଜନସାଧାରଣ ନିର୍ବାଚନରେ ଦଳକୁ ବିଜୟୀ କରାଇଥିବାରୁ ନବୀନ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ସେହିପରି ଦ୍ୱିତୀୟ ସଂକଳ୍ପରେ ନିର୍ବାଚନରେ କଠିନ ପରିଶ୍ରମକରି ଦଳକୁ ବିଜୟୀ କରାଇଥିବା ସାଧାରଣ କର୍ମୀ ଓ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲା ଦଳ। ଶେଷରେ ସାଂଗଠନିକ ନିର୍ବାଚନ ପାଇଁ ରିଟର୍ଣ୍ଣି ଅଫିସର ନିଯୁକ୍ତିର ଅଧିକାର ଦଳର ସଭାପତିଙ୍କୁ ଦେଇଥିଲା ଦଳ। ଏ ସମସ୍ତ ସଂକଳ୍ପକୁ ଦଳର କର୍ମୀମାନେ ଗ୍ରହଣ କରିନେଇଛନ୍ତି।

Comment