ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଧରାପୃଷ୍ଠରେ ଅବତରଣ କରିଛନ୍ତି ଶ୍ରୀଗଣେଶ। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଭିନ୍ନ କ୍ଲବରେ ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପ୍ରତିଷ୍ଠାନରେ ମଧ୍ୟ ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା କରାଯାଇଛି।

କେଉଁଠି କଖାରୁ ମଞ୍ଜିରେ ଗଣେଶ ମୂର୍ତ୍ତି ହୋଇଛି ତ ଆଉ କେଉଁଠି କାଇଁଚରେ। ଆଉ କେଉଁଠି ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜଧାନୀର ଏମିତି କିଛି ଗଣେଶ ମୂର୍ତ୍ତିକୁ ନେଇ ଆମର ଫଟୋ ଫିଚର। (ଫଟୋ – ବଦ୍ରିଶ ନାରାୟଣ ପତି)

ସହିଦ ନଗର ସହିଦ କ୍ଲବ ପକ୍ଷରୁ ଆକର୍ଷଣୀୟ ଗଣେଶ ମୂର୍ତ୍ତି।
ଶଙ୍ଖ ଏବଂ କାଇଁଚରେ ତିଆରି ଗଣେଶ ମୂର୍ତ୍ତି।
ବୁଦ୍ଧେଶ୍ୱରୀ କଲୋନିରେ କଖାରୁ ମଞ୍ଜିରେ ତିଆରି ଗଣେଶ ମୂର୍ତ୍ତି।

 

ସହିଦ ନଗର ୱିନର ଆସୋସିଏସନ ପକ୍ଷରୁ ଗଣେଶ ପୂଜା।

 

ୟୁନିଟ୍-୧ ଯୁବ ସଂଘ ପକ୍ଷରୁ ବ୍ଲାକ ଡାଏମଣ୍ଡ ଗଣେଶ।