ଓଡ଼ିଶାଲାଇଭ ବ୍ୟୁରୋ

ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହାକାରୀ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ଅନ୍ତର୍ଜାତୀୟ ଶିକ୍ଷା ସମ୍ମାନ ପାଇଛନ୍ତି। ଅଗଷ୍ଟ ୨୪ ତାରିଖରେ ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜ ଭିଭାନ୍ତଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଏଜୁକେସନ ଆଇକନ୍ ଆଓ୍ଵାର୍ଡ ସମାରୋହ ୨୦୧୯ରେ ସହକାରୀ ଶିକ୍ଷକ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ଟେକ୍‌ପ୍ରୋଲାବଜ୍‌ ନାମରେ ଆନ୍ତର୍ଜାତିକ ରୋବୋଟିକସ୍ ସଂସ୍ଥା ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଆରେଜଣ୍ଟିନାର ରଷ୍ଟ୍ରଦୂତ ଡାନିଏଲ ଛୁବ୍ରୁଙ୍କଠାରୁ ଓମ୍‌ ପ୍ରକାଶମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ଉତ୍ସବରେ ଘାନାର ସଚିବ ଆରୋନ ସିନ୍ତିମ୍, ସ୍ପେନର ଆନ୍ତର୍ଜାତୀୟ ଶିକ୍ଷକ ପ୍ରଶିକ୍ଷକ ମାରିଆ  ଲୋପେଜ୍,   ଭାରତର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟ ଉପଦେଷ୍ଟା ବିଶାଳ ଗୁପ୍ତା, ଗୁଗୁର ଗାର୍ଲ ଅଫ ଇଣ୍ଡିଆ ଜିୟା ଫୁଟେଲାଙ୍କ ସହ ଜାତୀୟ, ଆନ୍ତର୍ଜାତିୟ ସ୍ତରର ଶିକ୍ଷାବିତ ଓ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ।

ଏହି ପୁରସ୍କାର  ପାଇଁ ୨୦ଟି ଦେଶରୁ ଅନଲାଇନ ମାଧ୍ୟମରେ ଦରଖାନ୍ତ ଆହ୍ୱାନ କରାଯାଇଥିଲା। ସ୍କାଇପ୍ ମାଧ୍ୟମରେ ଶିକ୍ଷକମାନଙ୍କର ସାକ୍ଷାତକାର ନିଆଯାଇ ଚୟନ କରାଯାଇଥିଲା। ସହକାରୀ ଶିକ୍ଷକ ଓମ୍‌ ପ୍ରକାଶ ମିଶ୍ର ଗତ ଅଗଷ୍ଟ ୧୭-୧୮ରରେ ନୂଆଦିଲ୍ଲୀଠାରେ ଏନସିଟିଇ ଦ୍ୱାରା  ଆୟୋଜିତ ଅନ୍ତର୍ଜାତୀୟ ପାଠଚକ୍ରରେ ଭାରତ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନିଜର ମତାମତ ପ୍ରଦାନ କରି ପ୍ରଶଂସିତ ହୋଇଥିଲେ।

ତାଙ୍କର ଏହି ସଫଳତାରେ କୋରାପୁଟ ଜିଲ୍ଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକଙ୍କ ସହ ଚାରିଆଡ଼ୁ ଶୁଭେଛାର ସୁଅ ଛୁଟିଛି

LEAVE A REPLY

Please enter your comment!
Please enter your name here