ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାରେ ମଙ୍ଗଳବାର ସାମିଲ ହୋଇଛି ୮ଟି ଆପାଚି ହେଲିକପ୍ଟର। ଆମେରିକାରେ ନିର୍ମିତ ଆପାଚି AH-64E ହେଲକଫ୍ଟର ବାୟୁସେନାରେ ମିଶିବା ପରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ହୋଇଛି। ପଠାନକୋଟ ଏୟାରବେସରେ ବାୟୁସେନା ମୁଖ୍ୟ ବିଏସ୍‌ ଧନଓ୍ୱାଙ୍କ ଉପସ୍ଥିତିରେ ଏହି ହେଲିକପ୍ଟର ସାମିଲ ହୋଇଛି।

ଆପାଚି AH-64E ବିଶ୍ୱର ସବୁଠୁ ଲଢୁଆ ହେଲିକପ୍ଟର। ବର୍ତ୍ତମାନ ଆମେରିକା ସେନା ଏହାର ବ୍ୟବହାର କରୁଛନ୍ତି।

ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର, ଆମେରିକା ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚ୍‌ ହେଲିକପ୍ଟର ପାଇଁ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅନୁସାରେ ଗତ ଜୁଲାଇ ୨୭ରେ ଭାରତକୁ ୪ଟି ହେଲିକପ୍ଟର ମିଳି ସାରିଛି।  ଆଜି ୮ଟି ମିଳିବା ପରେ ୨୦୨୦ ସୁଦ୍ଧା ବାକି ହେଲିକପ୍ଟର ବାୟୁସେନାରେ ସାମିଲ୍ ହେବ ବୋଲି ଜଣାପଡ଼ିଛି।

Comment