ଓଡ଼ିଶାଲାଇଭ୍ ବ୍ୟୁରୋ

ଅଫିସ୍‌ରେ ୮ ଘଣ୍ଟା ଧରି ବସି ରହି ଡେସ୍କ କାମ କରୁଥିବା ଲୋକ ସାଧାରଣତଃ ପିଠି ଦରଜ, ଅଣ୍ଟା ବିନ୍ଧା, ମୋଟାପଣ, ଆଖିରେ ଜ୍ୱଳନ, ମୁଣ୍ଡବିନ୍ଧା ପ୍ରଭୃତିର ଶିକାର ହୋଇଥାନ୍ତି। ଏପରିସ୍ଥଳେ ଏହି ସମସ୍ୟାରୁ କିପରି ରକ୍ଷା ପାଇପାରିବେ ଜାଣନ୍ତୁ।

-ଅଫିସ୍‌ରେ ନିଜର ଡେସ୍କ ଉପରେ ପାଣି ବୋତଲ ନିହାତି ରଖନ୍ତୁ। ଏହାର ୨-୩ ଟି ଫାଇଦା ରହିଛି ପ୍ରଥମ କଥା ହେଲା ପାଣି ବୋତଲ ସାମ୍ନାରେ ରହିଲେ ଆପଣ ପାଣି ପିଇବେ ଏବଂ ଶରୀରରେ ଜଳୀୟ ଅଂଶ କମ୍ ହେବନାହିଁ। ଦ୍ୱିତୀୟତଃ ଶରୀରରେ ଶକ୍ତିର ସ୍ତର ନିୟନ୍ତ୍ରିତ ହୋଇ ରହିବ ତୃତୀୟ କଥା ହେଲା ପାଣି ଅଧିକ ପିଇଲେ ଚର୍ବି କମିବ।

-ପ୍ରତି ଅଧ ଘଣ୍ଟା କାମ କରିବା ପରେ ଟିକେ ବ୍ରେକ୍ ନିଅନ୍ତୁ। ଏହି ସମୟରେ ଶିଡିରେ ଏପଟସେପଟ ହୁଅନ୍ତୁ। ନହେଲେ ନିଜର ପାଣି ବୋତଲ ନିଜେ ଭରି ଆଣନ୍ତୁ।

-କମ୍ପ୍ୟୁଟର ସାମ୍ନାରେ କାମ କରିବାକୁ ପଡ଼ୁଥିଲେ ନିୟମିତ ବ୍ୟବଧାନରେ ଆଖିକୁ କିଛି ସମୟ ବନ୍ଦ ରଖନ୍ତୁ। ଡାକ୍ତରମାନଙ୍କ ଅନୁସାରେ ଏକ ମିନିଟ୍ ବ୍ୟବଧାନରେ ଆଖି ପତାକୁ ବାରମ୍ବାର ତଳ ଉପର କଲେ ଆଖିର ବ୍ୟାୟାମ ହୋଇଥାଏ।

-କମ୍ପ୍ୟୁଟରକୁ ଠିକ୍ ଉଚ୍ଚତାରେ ରଖନ୍ତୁ। ନ ହେଲେ ଅଣ୍ଟା ବିନ୍ଧା ହେବ।

Comment